Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ବିଜୁ ଯୁବ ବାହିନୀ ହାତରେ ପ୍ରତି ୱାର୍ଡ କ୍ଲବକୁ ଦିଆଗଲା ବେଟ, ବଲ ଆଦି କ୍ରିଡା ଉପକରଣ

6/02/2019 at 8:12 PM

କଟକ ୬|୨: ବିଜୁ ଯୁବ ବାହିନୀକୁ ନେଇ ସରକାର କରୁଛନ୍ତି ବହୁ ଯୋଜନା । କଟକ ସହରରେ ବିଭିନ୍ନ ଓ୍ବାର୍ଡ୍‌ରେ ଗଠନ ହୋଇଛି ବିଜୁ ଯୁବ ବାହିନୀ। ଓ୍ବାର୍ଡ୍‌ରେ ଥିବା କ୍ରୀଡା ପ୍ରତିଭାର ବିକାଶ ପାଇଁ ବିଜୁ ଯୁବ ବାହିନୀ ମାଧ୍ୟମରେ କଟକ ସହରର ସମସ୍ତ ଓ୍ବାର୍ଡ୍‌ରେ ବଣ୍ଟାଯାଇଛି କ୍ରୀଡା ଉପକରଣ । ବ୍ୟାଟ୍‌ ବଲ୍‌ଠାରୁ ଆରମ୍ଭ କରି ବିଭିନ୍ନ କ୍ଲବ୍‌କୁ ଦିଆଯାଇଛି କ୍ୟାରମ୍‌ବୋର୍ଡ । ଏହାଦ୍ବାରା ଲୁକ୍କାୟିତ ପ୍ରତିଭାର ବିକାଶ ହୋଇପାରିବ ବୋଲି କହିଛନ୍ତି ବିଧାୟକ ।…

କଟକରେ ବିଭିନ୍ନ ଓ୍ବାର୍ଡ୍‌ରେ ଗଠନ ହୋଇଥିବା ବିଜୁ ଯୁବ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରଦାନ କରାଯାଇଛି କ୍ରୀଡା ଉପକରଣ । କ୍ରୀଡା ମାଧ୍ୟମରେ ଯୁବ ବାହିନୀକୁ ଅଧିକ ସଙ୍ଗଠିତ କରିବାକୁ ସରକାର ଆରମ୍ଭ କରିଛନ୍ତି ପ୍ରୟାସ । ଏହି ଅବସରରେ କଟକ ମହାନଗର ନିଗମ ପକ୍ଷରୁ ୫୯ଟି ଓ୍ବାର୍ଡ୍‌ର ବିଜୁ ଯୁବ ବାହିନୀକୁ ବ୍ୟାଟ୍, ବଲ୍‌, କ୍ୟାରମବୋର୍ଡ ଓ ଭଲିବଲ ଭଳି କ୍ରୀଡା ଉପକରଣ ପ୍ରଦାନ କରାଯାଇଛି । ଏହାଦ୍ବାରା ଲୁକ୍କାୟିତ ପ୍ରତିଭାର ବିକାଶ ହୋଇପାରିବ ବୋଲି ବିଧାୟକ ଓ ମେୟର କହିଛନ୍ତି ।

ଏହି କ୍ରୀଡା ଉପକରଣ ଯୁବକମାନଙ୍କୁ ଅଧିକ ପ୍ରେରଣା ଯୋଗାଇବ ବୋଲି ଯୁବ ବିହାନୀ ମଧ୍ୟ ଆଶା ରଖିଛି। ଏଥିସହ ଯେଉଁ ଅର୍ଥାଭାବରୁ ଆଗକୁ ବଢି ପାରୁନଥିବା ପ୍ରତିଭା ମଧ୍ୟ ସୁଯୋଗ ପାଇବେ ବୋଲି  ଯୁବ ବାହିନୀ କହିଛି ।

ବିଜୁ ଯୁବ ବାହିନୀକୁ କଟକ ମହାନଗର ପକ୍ଷରୁ ବିଭିନ୍ନ ଓ୍ବାର୍ଡ୍‌କୁ କ୍ରୀଡା ଉପକରଣ ଯୋଗାଇ ଦିଆଯାଇଛି। ହେଲେ କଂଗ୍ରେସ ଓ ବିଜେପି ହାତରେ ଥିବା ଓ୍ବାର୍ଡ୍‌ର ଯୁବକମାନେ କ୍ରୀଡା ଉପକରଣ ପାଇବାରୁ ବଞ୍ଚିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।

   Related Posts