Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଯୁବପୀଢିଙ୍କୁ ନିଶୁଳ୍କ ଟିକାକରଣ ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଜୁ ଯୁବ ଜନତା ଦଳର କୃତଜ୍ଞତା

29/04/2021 at 4:23 PM

ଭୁବନେଶ୍ବର ୨୯।୪: ଯୁବପୀଢିଙ୍କୁ କରୋନା ମହାମାରୀ ସମ୍ବଦ୍ଧୀୟ ସହାୟତା ପାଇଁ ଯୁବ ବିଜେଡ଼ି ପକ୍ଷରୁ ୩୫ ସାଙ୍ଗଠନିକ ଜିଲ୍ଲାରେ ଜାରି କରାଯିବ କୋଭିଡ୍ ହେଲ୍ପଲାଇନ୍ ନମ୍ବର । ଯୁବପୀଢିଙ୍କୁ ନିଶୁଳ୍କ ଟିକାକରଣ ନିଷ୍ପତ୍ତିକୁ ସ୍ବାଗତ ଜଣାଇ ବିଜୁ ଯୁବ ଜନତା ଦଳ ପକ୍ଷରୁ ୱେବିନାର୍‌ ମାଧ୍ୟମରେ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଯାଇଛି ।

ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ଡଃ. ବ୍ୟୋମକେଶ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତଏହି କୃତଜ୍ଞତା ସଭାରେ ମୁଖ୍ୟ ଅତିଥି ରୂପେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ରାଜ୍ୟର କୋଭିଡ୍‌ ସ୍ଥିତି ସମ୍ବନ୍ଧରେ ଆଲୋଚନାକରି କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକ୍ରମେ ୩୫ଟି ସାଙ୍ଗଠନିକ ଜିଲ୍ଲାରେ ଯୁବ ବିଜେଡି ପକ୍ଷରୁ କୋଭିଡ୍‌ ହେଲ୍ପଲାଇନ୍ ନମ୍ବର ଜାରି କରାଯିବ ଏବଂ ଏହି କୋଭିଡ୍‌ ହେଲ୍ପଲାଇନ୍ ନମ୍ବର ସହାୟତାରେ ସମସ୍ତ ଯୁବକମାନଙ୍କ ପାଇଁ କୋଭିଡ୍‌ ମହାମାରୀ ସମ୍ବଦ୍ଧୀୟ ସମସ୍ତ ସହାୟତା ପ୍ରଦାନ କରାଯିବା ସହ ଟିକାକରଣ ବ୍ୟବସ୍ଥାରେ ମଧ୍ୟ ସହାୟତାର ହାତ ବଢାଇବାକୁ ଯୁବକମାନଙ୍କୁ ଆହ୍ବାନ ଦେଇଥିଲେ ।

କୃତଜ୍ଞତା ସଭାର ସଭାପତି ଡଃ. ବ୍ୟୋମକେଶ ରାୟ କହିଥିଲେ ଯେ, ଯୁବପୀଢିଙ୍କୁ ନିଶୁଳ୍କ ଟିକା ପ୍ରଦାନ ନିଷ୍ପତ୍ତି ଏବଂ ଦେଶର ଅନ୍ୟ ରାଜ୍ୟକୁ ଅମ୍ଳଜାନ ସଙ୍କଟ ସମୟରେ ଅମ୍ଳଜାନ ଯୋଗାଇବା ଉଭୟ ଐତିହାସିକ ନିଷ୍ପତ୍ତି । ୧୮ରୁ ୪୫ ବର୍ଷ ପର୍ଯ୍ୟନ୍ତ ଯୁବପୀଢିମାନଙ୍କ ଟିକାକରଣ ପାଇଁ ରାଜ୍ୟ ସରକାର ୨୦୦୦ କୋଟିର ଆର୍ଥିକ ବୋଝ ବ୍ୟୟବରାଦ କରିଥିବାରୁ ବିଜୁ ଯୁବଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।

   Related Posts