Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||

ସ୍ବର୍ଗଦ୍ବାରରୁ ହଟିଲା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମାଧିପୀଠ, ଆଗରୁ କଥା ଦେଇଥିଲେ ସରକାର

19/12/2019 at 4:40 PM

ପୁରୀ ୧୯।୧୨: ପୁରୀ ସ୍ବର୍ଗଦ୍ବାରରୁ ହଟିଛି ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳ। ଗତକାଲି ରାତିରେ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସମ୍ମାନ ଓ ସତର୍କତାର ସହ ସ୍ମୃତି ପୀଠକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏବେ କେବଳ ସ୍ମୃତିରେ ରହିଛି ସମାଧିସ୍ଥଳ।

ସ୍ବର୍ଗଦ୍ବାରର ସଂପ୍ରସାରଣ ଓ ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ କୋଟି ଟଙ୍କା ଅନୁଦାନ ଦେଇଥିବା ବେଳେ ବାପା ବିଜୁ ପଟ୍ଟନାୟକଙ୍କ ସମାଧିପୀଠ ହଟାଯିବ ବୋଲି ଐତିହାସିକ ନିଷ୍ପତ୍ତି ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ପ୍ରତିଶୃତିକୁ କାର୍ଯ୍ୟକାରୀ କରିଛି ଜିଲ୍ଲା ପ୍ରଶାସନ। ପ୍ରାୟ ଅଧ ଡ଼େସିମିଲି ଜମିରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧିପୀଠ ହଟିଛି। ଖାଲି ହୋଇଥିବା ସମାଧିସ୍ଥଳ ସହ ଉଚ୍ଛେଦ ହୋଇଥିବା ଅନ୍ୟ ଅଞ୍ଚଳକୁ ଟିଣ ଚାଦର ଘେରରେ ରଖାଯାଇଛି।

ଆନ୍ଧ୍ରର ମହାପ୍ରସ୍ଥାନମ୍ ଯୋଜନା ଢ଼ାଞ୍ଚାରେ ଫୋନିକ୍ସ ଫାଉଣ୍ଡେସନ୍ ସ୍ବର୍ଗଦ୍ବାରର ଉନ୍ନତିକରଣ କାର୍ଯ୍ୟ କରୁଛି। ପୁରୀ କୋଣାର୍କ ବେଳାଭୂମି ରାସ୍ତା କିମ୍ବା ଅନ୍ୟ ସ୍ଥାନରେ ବିଜୁ ପଟ୍ଟନାୟକଙ୍କ ସ୍ମୃତି ସହ ଜଡ଼ିତ ପାର୍କ କରାଯିବାକୁ ଦାବି ହୋଇଛି।  

   Related Posts