Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ : ବିଶାଳ ରକ୍ତଦାନ ଶିବିର ଆୟୋଜିତ

17/04/2021 at 11:56 AM

ଭଦ୍ରକ,୧୭/୦୪:    ପ୍ରବାଦ ପୁରୁଷ ତଥା ଜନନାୟକ ବିଜୁ ପଟ୍ଟନାୟକଙ୍କର ୨୪ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ହେଉଛି । ଏହି ଅବସରରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଛି ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂସୁରି ପୂଜ୍ୟପୂଜା ଭବନଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରିଛି ଧାମନଗର ବିଜୁ ଯୁବ ଜନତା ଦଳ । ପ୍ରଥମେ ଗାନ୍ଧୀଘାଟ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଧୂସୁରିଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଛି । ପୂଜ୍ୟପୂଜା ଭବଠାରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଏହି କାର୍ଯ୍ୟକ୍ରମକୁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଫିତା କାଟି ଉଦଘାଟନ କରିଥିବା ବେଳେ, ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ରଘୁନାଥ ଲେଙ୍କାଙ୍କ ସହ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହି ରକ୍ତଦାନ ଶିବିରରେ ବିଜୁପ୍ରେମୀଙ୍କ ସହ ବହୁ ରକ୍ତଦାତା ରକ୍ତଦାନ କରିଛନ୍ତି । ଏହି ଶିବିରରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ରେଡ଼କ୍ରସ ୟୁନିଟର ଡାକ୍ତର ଓ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଛନ୍ତି । ଏଠାରେ ୪୦୦ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ଟାର୍ଗେଟ ରଖାଯାଇଛି ।

   Related Posts