ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ : ବିଜେଡିର ଘରେ ଘରେ ଶଙ୍ଖ ଅଭିଯାନ

Published By : Prameya-News7 Bureau | March 05, 2019 IST

ଭୁବନେଶ୍ୱର ୫/୩ : ଆଜି ପଂଚାୟତିରାଜ ଦିବସ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ଆଜିଠୁ ବିଜେଡିର ‘ଘରେ ଘରେ ଶଙ୍ଖ- ମତାମତ ଦିଅନ୍ତି ଆପଣ ପାଳନ କରନ୍ତି ନବୀନ' ଜନସମ୍ପର୍କ ଅଭିଯାନ ଆରମ୍ଭ ହେବ । ରାଜ୍ୟ କାର୍ଯ୍ୟାଳୟଠାରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନର ଶୁଭାରମ୍ଭ କରିବେ। ତୃଣମୂଳ ସ୍ତରରେ ଜନମତ ସଂଗ୍ରହ କରାଯାଇ, ସେହି ଆଧାରରେ ଦଳର ଇସ୍ତାହାର ପ୍ରସ୍ତୁତ କରାଯିବ। ଏଥିପାଇଁ ଏକ ଫର୍ମ ପ୍ରସ୍ତୁତ କରାଯାଇଛି ।

{"id":90697}

ଯାହାକୁ ଦଳର ମହିଳା କର୍ମୀମାନେ ଘରେ ଘରେ ବଣ୍ଟିବେ । ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରାଯିବା ପରେ ଦଳର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯିବ। ରାଜ୍ୟର ୮୫ ଲକ୍ଷ ପରିବାରକୁ ଏହି ଫର୍ମ ନେଇ ଦଳର ମହିଳା କର୍ମୀମାନେ ଯିବେ । ଏହି ଅଭିଯାନରେ ପ୍ରତ୍ୟେକ ଓଡ଼ିଆଙ୍କୁ ସାମିଲ କରାଯିବା ସହ ତୃଣମୂଳ ସ୍ତରରୁ ଜମମତ ସଂଗ୍ରହ କରାଯିବ । ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଉପାଦାନ ସଂଗ୍ରହ କରାଯିବ ଓ ସମୟର ଆବଶ୍ୟକତା ଅନୁସାରେ ନୂଆ ପ୍ରସ୍ତାବ ଗ୍ରହଣ କରାଯିବ । ଏହାକୁ ନେଇ ଦଳର ଇସ୍ତାହାର ପ୍ରସ୍ତୁତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.