ଦରଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓଲ୍ହାଇଲା ବିଜୁ ମହିଳା ମୋର୍ଚ୍ଚା

Published By : Prameya-News7 Bureau | November 01, 2021 IST

ରାଇରଙ୍ଗପୁର୦୧/୧୧ : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି। ଦର ବଢ଼ିବା ପ୍ରତିବାଦରେ ଗ୍ରାମାଞ୍ଚଳରୁ ରାଜଧାନୀ ପର୍ଯ୍ୟନ୍ତ ପ୍ରତିବାଦ ଦେଖାଦେଇଛି ।

ଆଜି ରାଇରଙ୍ଗପୁର ବିଜେଡି ମହିଳା ମୋର୍ଚ୍ଚା ଏକ ଶୋଭାଯାତ୍ରା କରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏହା ସହ ଉପଜିଲ୍ଲାପାଳଙ୍କ ଦ୍ୱାରା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ମହିଳା ସଭାନେତ୍ରୀ ତନୁଯା ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ନିର୍ବାଚନ ମଣ୍ଡଳୀ ସଂଯୋଜକ ପ୍ରୀତିନନ୍ଦା କାନୁନଗୋ, ବିଭିନ୍ନ ବ୍ଲକର ଅଧ୍ୟକ୍ଷାଙ୍କ ସହିତ ଶତାଧିକ ମହିଳା କର୍ମୀ ଯୋଗ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.