Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ଆଠଗଡ଼ରେ ବିଜୁ ଜୟନ୍ତୀ ପାଳିତ, ଯୋଗଦେଲେ ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ

5/03/2021 at 8:03 PM

ଆଠଗଡ଼, ୦୫/୦୩: ଆଠଗଡ଼ ମହୋତ୍ସବ ପଡ଼ିଆରେ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଆଠଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଜୁ ବାବୁଙ୍କ ଓଡ଼ିଶା ଏବଂ ଓଡ଼ିଆ ମାନଙ୍କ ପାଇଁ ଭଲପାଇବା ବାବଦରେ ସେ ଏଥିରେ ଆଲୋଚନା କରିଥିଲେ ।

ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବଳଭଦ୍ର ବାଘଙ୍କ ନେତୃତ୍ୱରେ ଏକ ସାଇକେଲ ଏବଂ ମୋଟରସାଇକେଲ ଶୋଭାଯାତ୍ରା କରାଯାଇଥିଲା । ଏହି ରାଲି ମୁଣ୍ଡଳୀ ବାଉଁଶ ଦଣ୍ଡା ଛକଠାରୁ ବାହାରି ମହୋତ୍ସବ ପଡ଼ିଆରେ ପହଞ୍ଚିଥିଲା ।

ଅନ୍ୟ ମାନଙ୍କ ମଧ୍ୟରେ ଆଠଗଡ଼ ବ୍ଲକର ପୂର୍ବତନ ଅଧ୍ୟକ୍ଷ ରଞ୍ଜନ କୁମାର ଆଚାର୍ଯ୍ୟ, ଆଠଗଡ଼ ବିଜେଡି ସଭାପତି ରବିନ୍ଦ୍ର ନାଥ ରାଉତ, କଟକ ଜିଲ୍ଲା ବିଜେଡ଼ି ଉପ-ସଭାପତି ନୃସିଂହ ଚରଣ ମହାପାତ୍ର, ପ୍ରଦୀପ୍ତ କୁମାର ଦାସ, ଲଳିତେନ୍ଦୁ ସେନାପତି, ଆଠଗଡ଼ ଏନ୍ ଏ ସି ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ, ବାସନ୍ତୀ ରାଉଳ, ରଞ୍ଜିତା ଭକ୍ତା, ଜିଲ୍ଲା ପରିଷଦ ସଭ୍ୟା ଜାନକୀ ଲତା ନାଏକ ପ୍ରମୁଖ ଏହି ଜୟନ୍ତୀ ଅବସରରେ ଉଦବୋଧନ ଦେଇଥିଲେ ।

   Related Posts