Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଭବାନୀପାଟଣା ବସଷ୍ଟାଣ୍ଡରେ ସଫେଇ ସହ ମାସ୍କ ବାଣ୍ଟିଲେ ବିଜୁ ଛାତ୍ର ଜନତା ଦଳ

10/10/2021 at 12:38 PM

ଭବାନୀପାଟଣା୧୦/୧୦: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ମାସେ ଧରି ହେବାକୁ ଥିବା ସାମାଜିକ ସେବା କାର୍ଯ୍ୟକ୍ରମର ନବମ ଦିବସରେ କଳାହାଣ୍ଡି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଭବାନୀପାଟଣା ବସଷ୍ଟାଣ୍ଡ ପରିସରରେ ସଫେଇ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ୱରେ ହୋଇଥିବା ଏହି ସାମାଜିକ ସେବା କାର୍ଯ୍ୟକ୍ରମରେ ମାନ୍ୟବର ଧର୍ମଗଡ଼ ବିଧାୟକ ଶ୍ରୀ ମହୋଷଧି ବାଗ, ପୂର୍ବତନ ବିଧାୟକ ଶ୍ରୀ ଦୁଷ୍ମନ୍ତ ନାଏକ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ଭବାନୀ ଶଙ୍କର ମିଶ୍ର, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ବରିଷ୍ଠ ଉପସଭାପତି ପ୍ରଦୀପ ମୁଣ୍ଡ, ଜିତେନ୍ଦ୍ର ମହାନ୍ତି, ଚିତରଞ୍ଜନ ମଣ୍ଡଳ, ଟାଉନ ସଭାପତି ଧବଳେଶ୍ବର ମହାପାତ୍ର, ରାଜ୍ୟ ଯୁବ ବିଜେଡି ଉପସଭାପତି ମଣ୍ଟୁ ନାଏକ, ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ଲଳିତା ନାଏକ, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଅଭିଷେକ ମହାପାତ୍ର , ଯୁବ ଯୋନ ସଭାପତି ମନିନ୍ଦ୍ର ମହାନ୍ତି, ରାଜ୍ୟ ପରିଷଦ ସଦସ୍ୟ ଭବାନୀ ଶଙ୍କର ନିଆଲ, ରାଜ୍ୟ ସମ୍ପାଦିକା ସବିତା ପ୍ରଧାନ, ସମିତା ନାୟକ, ଟାଉନ କାର୍ଯ୍ୟକାରୀ ସଭାପତି ପ୍ରଦୀପ ଦାସ, ଅଶେଶ୍ବର ବାଗ, ହରଜିନ୍ଦର ସିଂହ, ପ୍ରାକ୍ତନ ଅଧ୍ୟାପକ ଅଜୟ ମିଶ୍ର, ମୁନା ଖମାରୀ, ଯୁବ ସମ୍ପାଦକ ରବି ପଟ୍ଟନାୟକ, ଛାତ୍ର ଟାଉନ ସଭାପତି କାମାକ୍ଷ ପ୍ରସାଦ ସିଂହଦେଓ, ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ସତ୍ୟବ୍ରତ ଦାସ, ଜିଲ୍ଲା ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଜିତେନ୍ଦ୍ର ବେହେରା, ଏସସି ସେଲ ସଭାପତି ପ୍ରଶାନ୍ତ ନାଏକ, ସାମନ୍ତ ଖମାରୀ, ଅବଦୁଲ୍ କାଦିର, ମଧୁ ନାଗ, ଚକ୍ର ସେଠି, ସୁତପା ବହିଦାର, ରାଜିବ ଶତପଥୀ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଅମିତ ଯାଦବ, ଛାତ୍ର ନେତା ଶୁଭ୍ରାଂଶୁ ଶେଖର ସା, ଉତ୍ତମ ମେହେର ପ୍ରମୁଖ ଯୋଗଦେଇ ଶ୍ରମଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଘରୋଇ ବସ ସଂଘର କର୍ଯ୍ୟକର୍ତ୍ତା ଏବଂ ଭବାନୀପାଟଣା ପୌରପରିଷଦ ର କର୍ମଚାରୀ ସହଯୋଗ କରିଥିଲେ ।

   Related Posts