Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

କୋଲକାତା ବିମାନ ବନ୍ଦରରେ ପଡିଛି ବିଜୁ ବାବୁଙ୍କ ଡାକୋଟା ବିମାନ, ଆଣାଯାଇପାରୁନି ଓଡିଶା, ବିକ୍ରୀ ହେବ କିଲୋ ଦରରେ

5/03/2019 at 5:35 PM

ଭୁବନେଶ୍ବର୫|୩(କିଶାନ ବାରାଇ ଓ ପ୍ରଶାନ୍ତ ସ୍ବାଇଁ):ଆଜି ବିଜୁ ଜୟନ୍ତୀ । ହେଲେ ବିଜୁ ବାବୁଙ୍କ  ସ୍ମୃତି ସହ ଜଡିତ ହୋଇଥିବା  ଡାକୋଟା  ବିମାନ ଏବେ ରଦ୍ଦି ଲୁହା ଦରରେ ବିକ୍ରି ହେବାକୁ ଯାଉଛି । କୋଲ୍‌କାତା ବିମାନ ବନ୍ଦରରୁ ଏହି ଡାକୋଟାକୁ ଓଡ଼ିଶା ଆଣିବା ଲାଗି କିଛି ଦିନ ତଳେ ବେଶ୍‌ କିଛି ତମ୍ବି ତୁଫାନ ହୋଇଥିଲା । ଏବେ କିନ୍ତୁଏହା ରଦ୍ଦି ଲୁହା ଭାବେ ବିକ୍ରି ହେବାକୁ ଯାଉଛି। ଆଉ ଏହି ଖବର ଭିତରେ ନେତାଙ୍କ ପାରିବା ପଣିଆର ପ୍ରତିଯୋଗିତା ବି ଦେଖାଦେଇଛି। ଚାଲିଛି ପରସ୍ପରକୁ ଚ୍ୟାଲେଞ୍ଜ।  

ବିଜୁ ବାବୁଙ୍କ ଡାକୋଟା ବିକ୍ରି ହେବ ରଦ୍ଦି ଲୁହା ଦରରେ । କୋଲକାତା ବିମାନ ବନ୍ଦରରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ଏହି ବିମାନକୁ ଓଡ଼ିଶା ଆଣିବା ଲାଗି ଯୋଜନା ହୋଇଥିଲା। ଏହାକୁ ଆଣି ଓ଼ଡିଶାରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର କିମ୍ବା ତାଙ୍କ ପୈତୃକ ବାସଭାବନ ଯାହା ଏବେ ବିଜୁ ସ୍ମାରକୀ ହୋଇଛି ସେଠାରେ ରଖିବାକୁ ଯୋଜନା ହୋଇଥିଲା । ହେଲେ ପରିବହନ ଖର୍ଚ୍ଚ ଆଳ ଦେଖାଇ ଏହାକୁଓଡ଼ିଶା ଅଣାଯାଇପାରିଲାନି । ଯୋଜନା ତା ବାଟରେ ରହିଲା ଏବେ ସୂଚନା ଆସୁଛି ସେହି ବିମାନ କୁ କିଲୋ ୪୦ ଟଙ୍କା ହିସାବରେ ରଦ୍ଦି ଲୁହା ଭାବେ ବିକ୍ରି କରିଦିଆଯିବ

ତେବେ କାହାର ଅନିଚ୍ଛା ପାଇଁ ଡାକୋଟା ଆସିପାରୁନି।  କଣ ସେଠାରୁ  ଆଣିବା ଏହା ଅସମ୍ଭବ ବ୍ୟାପାର ଥିଲା। ସେପଟେ ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସେ ଏଥିପାଇଁ ଅଣ୍ଟା ଭିଡ଼ିବେ ।  ଓଡିଆ ସ୍ବାଭିମାନ ପାଇଁ ଆମେ ଡାକୋଟାକୁ ଓଡିଶାକୁ ଆଣିବୁ । ସେପଟେ ବିଜେଡି କହିଛି ସରକାର ଏନେଇ ଉଦ୍ୟମ କରିବେ। ଯାହାକୁ ନେଇ  ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି।

 ବିଜୁ ବାବୁଙ୍କ କଳିଙ୍ଗ ଏୟାରଲାଇନ୍ସ ରେ ଏହି ବିମାନକୁ ପ୍ରବାଦ ପରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଉଡାଉଥିଲେ  । ତେବେ ବିମାନଟି ଓଡିଶା ଅଣାଗଲେ ଏହା ଓଡ଼ିଆଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ହୋଇପାରନ୍ତା। ଏକଥା ସମସ୍ତେ କହୁଛନ୍ତି କିନ୍ତୁ ଉଦ୍ୟମ ହେବା ପୂର୍ବରୁ ବିମାନ ରଦ୍ଦି ଲୁହା ହୋଇଯିବା ଆଶଙ୍କା ଦେଖାଦେଲାଣି।

   Related Posts