Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • LICର ଏମ୍‌ଡି ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି, ଫେବୃଆରୀ ୧ରୁ ସମ୍ଭାଳିବେ ଦାୟିତ୍ବ
  • ||
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||

ପୁଣି ଦିଲ୍ଲୀପ ରାୟଙ୍କ ବିଜୁକାର୍ଡ : ବିଜୁବାବୁଙ୍କୁ କାହିଁକି ମିଳୁନି ଭାରତରତ୍ନ ବୋଲି ଉଠାଇଲେ ପ୍ରଶ୍ନ

27/01/2019 at 7:09 PM

ଭୁବନେଶ୍ବର୨୭|୧:  ପୁଣି ଉଠିଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନର ଦାବି । ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ଏହି ପ୍ରସଙ୍ଗ ଉଠାଇବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା । ବିଜେପିରୁ ବିଦା ହେବା ପରେ ନୂଆ ଦଳ ଖୋଜୁଛନ୍ତି ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ଆଉ ଠିକ୍ ଏତିକି ବେଳେ ସେ ପୁଣି ଖେଳିଛନ୍ତି ବିଜୁ କାର୍ଡ ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ କାହିଁକି ଏ ଯାଏଁ ମିଳୁ ନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏକ ପ୍ରେସ୍ ନୋଟରେ ଦିଲ୍ଲୀପ କହିଛନ୍ତି, ବିଜୁ ବାବୁଙ୍କୁ ଭାରତ ରତ୍ନ ନ ଦିଆଯିବା ଏକ ଜାତୀୟ ଧୋକ୍କା । ପୂର୍ବରୁ ଏ ନେଇ ରାଜ୍ୟ ବିଧାନସଭାର ସର୍ବସମ୍ମତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦିଆଯାଇଥିଲା । ସେ ମଧ୍ୟ ନିଜେ ପ୍ରଧାନମନ୍ତ୍ରୀଙ୍କ ସହ ବିଜେପି ବିଧାୟକ ଭାବେ ଏ ନେଇ କଥା ହୋଇଥିଲେ । କିନ୍ତୁ କାହିଁକି ଦେଶର ଜଣେ ମହାନ୍ ବରପୁତ୍ରଙ୍କୁ ଏହି ସମ୍ମାନରୁ ଏ ଯାଏଁ ବଞ୍ଚିତ କରାଯାଇଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ସେପଟେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ଜଣେ ଓଡିଆଙ୍କୁ ଭାରତ ରତ୍ନ ମିଳିବା ପାଇଁ ଉଦ୍ୟମ ନିଶ୍ଟୟ ସ୍ବାଗତଯୋଗ୍ୟ । ବିଜେଡିର ମୁଖ୍ୟମଖପାତ୍ର ତଥା ସାଂସଦ ପ୍ରତାପ ଦେବ କହିଛନ୍ତି ଯେ, ବିଜୁ ପଟ୍ଟନାୟକଙ୍କ ଭଳି ବରପୁତ୍ରଙ୍କୁ ଭାରତ ରତ୍ନ ଏଯାଏଁ ନମିଳିବା ଦୁର୍ଭାଗ୍ୟ ଜନକ । ଅପରପକ୍ଷରେ ବିଜେପି ବିଧାୟକ ରବି ନାୟକ କହିଛନ୍ତି ନବୀନ ବାବୁ ଏତେ ବର୍ଷ ଧରି କ୍ଷମତାରେ ରହିଛନ୍ତି । ସେ ନିଜେ ଚାହିଁଥିଲେ କେବେଠାରୁ ବିଜୁବାବୁଙ୍କୁ ଭାରତ ରତ୍ନ ମିଳିସାରିଥାନ୍ତା ।

ଦିଲ୍ଲୀପ ରାୟଙ୍କ ପ୍ରେସ ବିଜ୍ଞପ୍ତି-

ଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ କରାନଯିବା ଏକ ଜାତୀୟ ଧୋକା: ଦିଲିପ ରାୟ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରାନଯିବା ଓଡ଼ିଶାବାସୀଙ୍କ ପ୍ରତି ଏକ ବଡ଼ ଧୋକା ।ଦେଶ ତଥା ରାଜ୍ୟ ପାଇଁ ସ୍ବାଧୀନତା ଆନ୍ଦୋଳନ ସମୟରୁ ଶେଷ ନିଃଶ୍ବାସ ତ୍ୟାଗ କରିବା ପର୍ଯ୍ୟନ୍ତ ବିଜୁବାବୁଙ୍କର ଅବିସ୍ମରଣୀୟ ଅବଦାନ ରହିଥିବା ବେଳେ କେନ୍ଦ୍ର ସରକାର ତାହାକୁ ସ୍ବୀକାର ନ କରି ହୀନମନ୍ୟତାର ପରିଚୟ ଦେଇଛନ୍ତି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜୁବାବୁଙ୍କ ବହୁ ବର୍ଷର ଘନିଷ୍ଠ ସହକର୍ମୀ ଦିଲିପ ରାୟ କହିଛନ୍ତି ।ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ ପ୍ରସଙ୍ଗରେ ସେ ନିଜେ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଓଡ଼ିଶାବାସୀଙ୍କ ଦାବି ଜଣାଇଥିଲେ । ଏ ସଂକ୍ରାନ୍ତରେ ଠିକଣା ସମୟରେ ଠିକଣା ଘୋଷଣା କରାଯିବ ବୋଲି ଶ୍ରୀ ମୋଦୀ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ମୋଦୀଙ୍କ ସରକାରର ଶେଷ ବର୍ଷରେ ବି ଏହି ପ୍ରତିଶ୍ରୁତି ପାଳିତ ହୋଇନାହିଁ ।କେବଳ ଓଡ଼ିଶାର ବିକାଶ ନୁହେଁ, ଦେଶର ସ୍ବାଧୀନତା ଆନ୍ଦୋଳନ, ଜାତୀୟ ରାଜନୀତି, ରାଷ୍ଟ୍ରୀୟ ସ୍ବାର୍ଥରକ୍ଷା ପ୍ରସଙ୍ଗରେ ବିଜୁବାବୁଙ୍କ ଅବଦାନ କିମ୍ବଦନ୍ତୀ ହୋଇ ରହିଯାଇଥିବା ବେଳେ ତାଙ୍କୁ ଭାରତରତ୍ନପ୍ରଦାନ କରିଥିଲେ କେନ୍ଦ୍ର ସରକାର ଧନ୍ୟ ହୋଇଥାନ୍ତେ । ଏଥିରେ ବିଜୁବାବୁଙ୍କ ଅମ୍ଳାନ ବ୍ୟକ୍ତିତ୍ବ ପ୍ରଭାବିତ ହୋଇନଥାନ୍ତା, ବରଂ ସାଢ଼େ ୪ କୋଟି ଓଡ଼ିଆଙ୍କ ସମେତ ଜାତୀୟ କ୍ଷେତ୍ରରେ ବିଜୁବାବୁଙ୍କୁ ଶ୍ରଦ୍ଧା ଓ ସମ୍ମାନ ଜଣାଉଥିବା ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ସନ୍ତୋଷବ୍ୟକ୍ତ କରିଥାନ୍ତେ । କିନ୍ତୁ ଦୁର୍ଭାଗ୍ୟର କଥା କେନ୍ଦ୍ର ସରକାର ଏହି ସୁଯୋଗ ହାତଛଡ଼ା କରିଛନ୍ତି । ରାଉରକେଲାର ଆଇଜିଏଚ୍କୁ ମେଡ଼ିକାଲ କଲେଜ ହସ୍ପିଟାଲରେ ପରିଣତ କରିବା ଓ ବ୍ରାହ୍ମଣୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ ସମେତ ପ୍ରଧାନମନ୍ତ୍ରୀଙ୍କ ଅନେକ ପ୍ରତିଶ୍ରୁତି ଯେପରି ମରିଚିକା ହୋଇ ରହିଯାଇଛି ବିଜୁବାବୁଙ୍କୁ ମରଣୋତ୍ତର ଭାରତରତ୍ନରେ ଭୂଷିତ କରିବା ଲାଗି ମିଳିଥିବା ପ୍ରତିଶ୍ରୁତି ମଧ୍ୟ ସେହିପରି ମିଳେଇ ଯାଇଛି ବୋଲି ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି ।ଯେଉଁମାନେ ଏ କ୍ଷେତ୍ରରେ ବାଧକ ହୋଇଛନ୍ତି ସେମାନଙ୍କୁ ଓଡ଼ିଶାବାସୀ କେବେ କ୍ଷମା ଦେବେନାହିଁ ବୋଲି ଉଲ୍ଲେଖ କରି ଭାରତରତ୍ନ ମିଳୁ କି ନ ମିଳୁ ବିଜୁବାବୁ କିନ୍ତୁ ଓଡ଼ିଶାବାସୀଙ୍କ ହୃଦୟରେ ସବୁଦିନ ପାଇଁ ରହିଥିବେ ବୋଲି ସେ କହିଛନ୍ତି ।

   Related Posts