ପୁଣି ବିଜେପିକୁ ଫେରିବେ ବିଜୟ ମହାପାତ୍ର, କେନ୍ଦ୍ରୀୟ ନେତାଙ୍କ ଉଦ୍ୟମରେ ହେଲା ମାନଭଞ୍ଜନ

Published By : Prameya-News7 Bureau | March 24, 2019 IST

ଭୁବନେଶ୍ବର ୨୪|୩ : ବିଜେପି ବିରୋଧରେ ଅସଂଖ୍ୟ ଅଭିଯୋଗ ଆଣି ଗତ ଡିସେମ୍ବର ମାସ ୧ ତାରିଖରେ ବିଜେପି ଛାଡିଥିବା ବିଜୟ ମହାପାତ୍ର ପୁଣି ବିଜେପିକୁ ଫେରିବେ । କେନ୍ଦ୍ରୀୟ ନେତାମାନେ ବିଜୟଙ୍କ ମାନ ଭଂଜନ କରିଥିବା ସୂଚନା ମିଳିଛି । ସମ୍ଭବତଃ ଆସନ୍ତା କାଲି ସେ ପୁଣି ବିଜେପିରେ ପୁନଃମିଶ୍ରଣ କରିପାରନ୍ତି । ତେବେ ବିଜୟଙ୍କ ସହ ବିଜେପି ଛାଡିଥିବା ଦିଲ୍ଲୀପ ରାୟଙ୍କ ସମ୍ପର୍କରେ କିଛି ଜଣାପଡିନାହିଁ ।

{"id":96455,"width":577,"height":433}

ବିଜୟ ମହାପାତ୍ର ଏବଂ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଏକାଠି ବିଜେପି ଛାଡିଥିଲେ । ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ ପାଇଁ କେନ୍ଦ୍ର ସରକାର ତାଙ୍କ ପ୍ରତିଶୃତି ପୂରଣ ନକରିବା ପ୍ରତିବାଦରେ ଦିଲ୍ଲୀପ ଦଳ ଛାଡିଥିଲେ । ଉଭୟ ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ର ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ତେବେ ଦଳ ତାଙ୍କୁ ଅଣଦେଖା କରୁଥିବା ପ୍ରତିବାଦରେ ବିଜୟ ଦଳ ଛାଡିଥିଲେ ।

{"id":96456}

ଦଳ ଛାଡିବା ପରେ ବିଜୟ ଓ ଦିଲ୍ଲୀପ ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଅଦ୍ୟବଧି ବିଜୟ ଏବଂ ଦିଲ୍ଲୀପ କେହି କୌଣସି ଦଳରେ ଯୋଗ ଦେଇନାହାଁନ୍ତି । ଅବଶ୍ୟ ଦୁଇଦିନ ତଳେ ଦିଲ୍ଲୀପ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରି ଆସିଥିଲେ । ଏହାପରେ ସେ ବିଜେଡିରେ ସାମିଲ ହେଉଥିବା ଚର୍ଚ୍ଚା ସାଂଗକୁ କେନ୍ଦ୍ରାପଡାରୁ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା ।

{"id":96457}

ଅପରପକ୍ଷରେ ବିଜୟଙ୍କୁ ବିଜେଡିର ଗୋଟିଏ ଗୋଷ୍ଠୀ ବିରୋଧ କରିବା ସହ ବିଜେଡିକୁ ତାଙ୍କ ପ୍ରବେଶ କରାଇନଦେବା ଲାଗି ଉଦ୍ୟମ କରୁଥିବା ମଧ୍ୟ ଶୁଣିବାକୁ ମିଳୁଥିଲା । କୌଣସି ଦଳରେ ବିଜୟ ଯୋଗ ଦେଉନଥିବାରୁ ଚଳିତ ନିର୍ବାଚନରେ ତାଙ୍କ ଭୂମିକା କଣ ହେବ ତାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇ ଆସୁଥିଲା । ବୈଜୟନ୍ତ ପଣ୍ଡା ଏବଂ ଡାକ୍ତର ଦମୋଦର ରାଉତ ବିଜେପିରେ ଯୋଗ ଦେବାପରେ ତାଙ୍କୁ ପୁଣି ଦଳକୁ ଫେରାଇ ଆଣିବା ପାଇଁ ବିଜେପି ଉଦ୍ୟମ କରିଥିଲା । କେନ୍ଦ୍ରୀୟ ନେତାମାନେ ବିଜୟଙ୍କ ସହ ସିଧାସଳଖ କଥା ହୋଇଥିବାବେଳେ ବୈଜୟନ୍ତ ପଣ୍ଡା ମଧ୍ୟ ବିଜୟଙ୍କ ସହ ବିଜେପି ତରଫରୁ ଆଲୋଚନା କରିଥିଲେ । ଶେଷରେ ବିଜୟ ପୁଣି ବିଜେପିକୁ ଫେରିବା ଲାଗି ସମ୍ମତି ପ୍ରକାଶ କରିଥିବା ବିଜୟଙ୍କ ନିକଟତମ ସୂତ୍ରରୁ ପ୍ରକାଶ ।

{"id":96458}

ସୂଚନାଯୋଗ୍ୟ ଯେ, ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ୧୯୯୦ରୁ ୧୯୯୫ ମସିହା ମଧ୍ୟରେ ବିଜୟ ମହାପାତ୍ର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ । ତତ୍କାଳୀନ ଜନତା ଦଳ ରାଜ୍ୟ ଶାଖାର ସେ ରାଜନୈତିକ ବ୍ୟାପାର କମିଟିର ଆବାହାକ ମଧ୍ୟ ଥିଲେ । ତେବେ ୨୦୦୦ ମସିହାରେ ନବୀନ ତାଙ୍କୁ ପାଟକୁରା ନିର୍ବାଚନମଣ୍ଡଳିରୁ ଶେଷ ମୁହୂର୍ତ୍ତରେ ଟିକେଟ ଦେଇନଥିଲେ । ଫଳରେ ବିଜୟ ମହାପାତ୍ର ନିର୍ବାଚନ ଲଢି ପାରିନଥିଲେ । ତେବେ ବିଜେଡିକୁ ଉଚିତ ଜବାବ ଦେବାପାଇଁ ଏନସିପି ବିଧାୟକଙ୍କୁ ପାଟକୁରାରେ ସମର୍ଥନ କରିଥିଲେ । ପରବର୍ତ୍ତି ସମୟରେ ବିଜୟ ମହାପାତ୍ର ଓଡିଶା ଗଣ ପରିଷଦ ନାମକ ଏକ ନୂଆ ଦଳ ଗଠନ କରିଥିଲେ । ୨୦୦୪ ମସିହା ନିର୍ବାଚନରେ ବିଜୟ ମହାପାତ୍ରଙ୍କ ଓଡିଶା ଗଣ ପରିଷଦ ୨ଟି ଆସନରେ ବିଜୟୀ ହୋଇଥିଲେ ମଧ୍ୟ ନିଜେ ବିଜୟ ମହାପାତ୍ର ପାଟକୁରାରୁ ହାରିଯାଇଥିଲେ ।

{"id":96459}

ପରବର୍ତ୍ତି ସମୟରେ ଶରଦ ପାୱାରଙ୍କ ଏନସିପି ଦଳରେ ଓଡିଶା ଗଣ ପରିଷଦ ବିଲୀନ ହୋଇଯାଇଥିଲା । ତେବେ ଶରଦ ପାୱାର ଏନସିପି ସହ ମେଣ୍ଟ କରିବାରୁ ୨୦୦୯ ମସିହା ନିର୍ବାଚନ ପୂର୍ବରୁ ବିଜୟ ମହାପାତ୍ର ଏନସିପି ଛାଡି ବିଜେପିରେ ଯୋଗ ଦେଇଥିଲେ । ପଞ୍ଚାୟତ ନିର୍ବାଚନ ବେଳେ ବିଜୟ ବିଜେପିର ମଙ୍ଗ ଧରିଥିଲେ । ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ ମଧ୍ୟ କରିଥିଲା । ତେବେ ମହାନଦୀ ପ୍ରସଂଗଠୁ ଆରମ୍ଭ କରି ବିଭିନ୍ନ ପ୍ରସଂଗରେ ଦଳ ସହ ବିଜୟଙ୍କ ଆଭିମୁଖ୍ୟ ମିଶିନଥିଲା । ବିଜୟ ଦଳ ସମ୍ପର୍କରେ ଖୋଲା ଖୋଲି ଗଣମାଧ୍ୟରେ ସମାଲୋଚନା କରିବାକୁ ପଛାଇନଥିଲେ । ଏପରିକି ଭୁବନେଶ୍ବରଠାରେ ଅନୁଷ୍ଠିତ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ମଧ୍ୟ ବିଜୟ ଯୋଗ ଦେଇନଥିଲେ । ଧୀରେ ଧୀରେ ଦଳ ଓ ବିଜୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଥିଲା ଓ ଗତ ଡିସେମ୍ବର ୧ ତାରିଖରେ ବିଜୟ ଦଳ ଛାଡିବା ଘୋଷଣା କରିଥିଲେ ।

{"id":96460,"width":572,"height":429}

ଏବେ ବିଜୟ ପୁଣି ବିଜେପିକୁ ଫେରିଲେ ବିଜେପି ନିଶ୍ଟୟ ଶକ୍ତିଶାଳୀ ହେବ । ବିଜୟଙ୍କୁ ଉପକୂଳ ଓଡିଶାର ମଂଗୁଆଳ ଦାୟିତ୍ବ ପ୍ରଦାନ କରି ଦଳ ସଫଳତା ହାସଲ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ବିଶ୍ବସ୍ଥ ସୂତ୍ରରୁ ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.