କରୋନାରୁ ସୁସ୍ଥ ହେଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ସମ୍ ଡାକ୍ତର ଓ ଶୁଭେଚ୍ଛୁଙ୍କୁ ଦେଲେ ଧନ୍ୟବାଦ

Published By : Prameya-News7 Bureau | June 05, 2021 IST

ଭୁବନେଶ୍ୱର,୦୫/୦୬: କରୋନାରୁ ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଘରକୁ ଫେରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଏନେଇ ସେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

wp:html /wp:html

ଶ୍ରୀ ମହାପାତ୍ର କହିଛନ୍ତି, ଦୀର୍ଘ ୧୨ ଦିନ ଧରି ସମ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲି । ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଳଦେବଜୀଉଙ୍କ ଆଶୀର୍ବାଦରୁ ବର୍ତ୍ତମାନ ସୁସ୍ଥ ଅଛି । ଏବେ ଶ୍ରୀ ମହାପାତ୍ର ୧୦ ଦିନ ପାଇଁ ହୋମ୍‌ ଆଇସୋଲେସନ୍‌ରେ ରହିବେ । ତାଙ୍କର ଚିକିତ୍ସା ସେବା ଓ ଯତ୍ନ ପାଇଁ ସେ ହସ୍ପିଟାଲ୍‌ର ଡାକ୍ତର, କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହିତ ତାଙ୍କର ଆଶୁଆରୋଗ୍ୟ କାମନା କରିଥିବା ବହୁ କେନ୍ଦ୍ରମନ୍ତ୍ରୀ, ରାଜ୍ୟର ମନ୍ତ୍ରୀ, ବିଧାୟକ, ବନ୍ଧୁ, ଶୁଭେଚ୍ଛୁ ଓ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.