ସମସ୍ତଙ୍କ ସହଯୋଗରୁ ସଂକ୍ରମଣ କମୁଛି, ଆହୁରି ସତର୍କ ହେବା ଜରୁରୀ

Published By : Prameya-News7 Bureau | November 06, 2021 IST

ଭୁବନେଶ୍ୱର ୦୬।୧୧ : ବର୍ତ୍ତମାନ ଯେଉଁଭଳି ଭାବରେ ସଂକ୍ରମଣ କମୁଛି ଏହା ଆମମାନଙ୍କ ପାଇଁ ଏକ ଭଲ ଲକ୍ଷଣ l ସ୍ୱାସ୍ଥ୍ୟ ବିଭାଗର ପ୍ରଚେଷ୍ଟା ଓ ଲୋକଙ୍କ ସହଯୋଗରେ ଆଜି ଏପରି ସଂକ୍ରମଣ କମିଛି  ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,  କିଛି ଦେଶରେ ସଂକ୍ରମଣ ବଢୁଛି ଯାହା ଚିନ୍ତାଜନକ, କିନ୍ତୁ ଚାଇନାରେ ଯେତେବେଳେ ସଂକ୍ରମଣ ବଢିଥିଲା, ତାର ବହୁତ ଦିନ ପରେ ଆମ ଦେଶ ମାନଙ୍କରେ ସଂକ୍ରମଣ ହୋଇଥିଲା l ତେବେ ଆଗାମୀ ଦିନରେ କିପରି ସଂକ୍ରମଣ ନବଢିବ ସେ ଦିଗରେ କାମ କରିବା ଉଚିତ୍‌ । କରୋନାକୁ ଆମେ କିପରି ପ୍ରତିହତ କରିବା ସେ ଦିଗରେ କୋଭିଡର ନିୟମାବଳୀ ପାଳନକରିବା ଉଚିତ୍‌ । କୋଭିଡ ସମୟ ଆମକୁ ବହୁତ କିଛି ଶିଖାଇଛି । ତେଣୁ ଜନସାଧାରଣ ସେ ସବୁ କୁ ବୁଝିପାରିଛନ୍ତି ।  ଆଗାମୀ ଦିନରେ ସେ ସବୁକୁ ଆମେ ଜାରିରହିଲେ ସଂକ୍ରମଣ ଭୟ ରହିବ ନାହିଁ l ବିଭାଗ ମଧ୍ୟ ସର୍ଭିଲାନ୍ସ ଜାରି ରଖିଛି, ଲୋକମାନେ ମଧ୍ୟ ସଚେତନ ରୁହନ୍ତୁ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.