ବିଜେପୁର ଓ ପାଟକୁରା ଉପନିର୍ବାଚନ ପାଇଁ ପ୍ରସ୍ତୁତ ତିନି ପ୍ରମୁଖ ଦଳର ରଣନୀତି : ପାଟକୁରାରେ ପ୍ରାର୍ଥୀ ଚୂଡାନ୍ତ, ବିଜେପୁରରୁ କିଏ ?

Published By : Prameya-News7 Bureau | June 09, 2019 IST

ଭୁବନେଶ୍ୱର ୯/୬ : ବିଜେପୁର ଓ ପାଟକୁରା ଲାଗି ଯେକୌଣସି ସମୟରେ ତାରିଖ ଘୋଷଣା ହୋଇପାରେ । ଏଥିଲାଗି ପ୍ରସ୍ତୁତ ହେଲାଣି ତିନି ପ୍ରମୁଖ ଦଳର ରଣନୀତି । ପାଟକୁରା ଲାଗି ପ୍ରାର୍ଥୀ ଚୁଡ଼ାନ୍ତ ଥିବା ବେଳେ ବିଜେପୁର ଉପନିର୍ବାଚନ ଲାଗି ଆଶାୟୀ ଆରମ୍ଭ କଲେଣି ଲବି ।

{"id":121472}

ପାଟକୁରା ଓ ବିଜେପୁର ପାଇଁ ଯେକୌଣସି ମୂହୁର୍ତ୍ତରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ପାଟକୁରାରେ ପ୍ରାର୍ଥୀ ଚୂଡ଼ାନ୍ତ। ତେବେ ବିଜେପୁରରେ କିଏ ହେବ ପ୍ରାର୍ଥୀ । ପଦ୍ମପୁରରୁ ପରାଜିତ ହୋଇଥିବା ପ୍ରଦୀପ ପୁରୋହିତ ବିଜେପୁରରୁ ବିଜେପି ପ୍ରାର୍ଥୀ ହେବାକୁ ମନସ୍ତ କରିଛନ୍ତି ।

{"id":121473}

ପ୍ରଦୀପ କହିଛନ୍ତି, ତାଙ୍କ ଘର ଗାଇସିଲଟ୍ । କିଛି କର୍ମୀ ଚାହାନ୍ତି ସେ ପ୍ରାର୍ଥୀ ହୁଅନ୍ତୁ । ହେଲେ ସେ ଦାବି କରିବେ ନାହିଁ, ଦଳ ଯାହା ନିଷ୍ପତ୍ତି ନେବ ମାନି ନେବେ ।  ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇ ୫୦ ହଜାରରୁ ଅଧିକ ଭୋଟ୍ ଜୁଟେଇଥିବା ସନତ ଗଡ଼ତିଆ ବି ପଦ୍ମ ଚିହ୍ନରେ ପୁଣି ଲଢିବାକୁ ଆଶା ବାନ୍ଧିଛନ୍ତି ।

{"id":121474}

ସେପଟେ ସବୁଠୁ କମ୍ଫଟେବଲ ଥିବା ବିଜେଡିରେ ବି ପ୍ରାର୍ଥୀ ଚୟନକୁ ନେଇ ସସପେନ୍ସ ଜାରି ରହିଛି । କୁହାଯାଉଛି, ତାରିଖ ଘୋଷଣା ପରେ ବିଜେଡି କାର୍ଡ ଖୋଲିବ । ଦଳ ଭିତରେ ରୀତା ସାହୁ, ସୁବାସ ଚୌହାନ, ନଳିନୀ ପ୍ରଧାନ, ଅନୁପ ସାଏଙ୍କ ସହ କିଛି ସ୍ଥାନୀୟ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି ।

{"id":121475}

ଯିଏ ବି ଲଢିବ, ବିଜେପୁରରେ ସେ ନବୀନଙ୍କ ସ୍ଥାନ ନେବ । ତେଣୁ ସେହିଭଲି ଦମଦାର ପ୍ରାର୍ଥୀ ଲାଗି ସମୟ ନେଉଛି ଦଳ । ସେହିଭଳି ଅପେକ୍ଷାକୃତ ଦୁର୍ବଳ କଂଗ୍ରେସ କହିଛି, ଆମେ ବି ଜିତିବା ଲାଗି ସବୁ ବଳ ଖଟାଇବୁ, କାରଣ ଏକଦା ବିଜେପୁର କଂଗ୍ରେସର ଗଡ଼ ଥିଲା ।

{"id":121476}

ପାଟକୁରା ଏବଂ ବିଜେପୁରରେ ବିଜୟ-ପରାଜୟ ସରକାର କି ଶାସନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ସତ । ହେଲେ ସବୁ ଦଳ ଲାଗି ସମ୍ମାନ ବାଜିରେ ଲାଗିବ ନିଶ୍ଚୟ ।

{"id":121477}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.