ବିଜେପୁରରେ ପ୍ରଚାର ଜୋରଦାର- ବିଜେପିରୁ ଇସ୍ତଫା ଦେଲେ ଅଶୋକ ପାଣିଗ୍ରାହୀ

Published By : Prameya-News7 Bureau | October 12, 2019 IST

ବିଜେପୁର - ଅସନ୍ତୁଷ୍ଟ ବିଜେପି ନେତା ଅଶୋକ ପାଣିଗ୍ରାହୀଙ୍କ ଇସ୍ତଫା । ସେ ଦଳରୁ ଇସ୍ତଫା ଦେବେ ବୋଲି ଆଗରୁ ଆଲୋଚନା ହେଉଥିଲା । ତାଙ୍କୁ ଦଳ ଗୁରୁତ୍ବ ଦେଉନଥିବା ଅଭିଯୋଗ ଆଣି ସେ ଆଜି ବିଜେପିରୁ  ଇସ୍ତଫା ଦେଇଛନ୍ତି । ସେପଟେ ପ୍ରଚାର ମୈଦାନ କମ୍ପିଲାଣି ।

{"id":169390,"width":578,"height":312}

ଜମିଗଲାଣି ବିଜେପୁର ନିର୍ବାଚନ । ଗ୍ରାଉଣ୍ଡରେ କର୍ମୀଙ୍କୁ ଧରି ପ୍ରଚାରରେ ମାତିଛନ୍ତି ନେତାଏ । ହେଲେ ଭୁବନେଶ୍ବରରେ ରାଜନୈତିକ ଛକାପଞ୍ଝା ଓ ମିଶାଣ ଫେଡାଣ ଜାରି ରଖିଛନ୍ତି କିଛି ନେତା । ବିଜେପିରେ ଏକ ପ୍ରକାର କଣଠେସା ହୋଇ ରହିଥିବା ଅଶୋକ ପାଣିଗ୍ରାହୀ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ସେ ଖୁବଶୀଘ୍ର ବିଜେଡିରେ ଯୋଗ ଦେବେ ବୋଲି କୁହାଯାଉଛି । ଅଶୋକ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି ବିଜେପି ତାଙ୍କୁ ବ୍ୟବହାର କରି ଫିଙ୍ଗିଦେଲା । ସେପଟେ ଅସନ୍ତୁଷ୍ଟ କଂଗ୍ରେସ ନେତା ରିପୁନାଥ ସେଠ୍ ଆଜି ଦଳୀୟ ପ୍ରାର୍ଥୀ ଦିଲ୍ଲିପ ପଣ୍ଡାଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ।

{"id":169392}

ସେପଟେ ମୈଦାନରେ ନେତା ଓ କର୍ମୀଙ୍କ ଭିଡ଼ରେ ବିଜେପୁର ଉଠୁଛି ପଡୁଛି ହେଲେ ଭୋଟରଙ୍କ ଭିତରେ ସେ ଜୋସ୍ ଦେଖିବାକୁ ମିଳୁନି । ପ୍ରତି ୬ମାସରେ କାହିଁକି ବିଜେପୁର ବାସୀ ଭୋଟ ଦେବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଭୋଟରଙ୍କ ଯୁକ୍ତି, ନିର୍ବାଚନରେ ଯେତିକି ଅର୍ଥ ଖର୍ଚ୍ଚ ହେଉଛି ସେହି ଅର୍ଥ ଚାଷୀଙ୍କ ପାଇଁ ଖର୍ଚ୍ଚ ହୋଇଥିଲେ ଚାଷୀ ଆତ୍ମହତ୍ୟା ହୁଅନ୍ତା ନାହିଁ ।

{"id":169393,"width":547,"height":308}

ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପୁର ବ୍ଲକରେ ପ୍ରଚାର କରିଛନ୍ତି । ତାଙ୍କୁ ଭୋଟରମାନେ ସ୍ଥାନୀୟ ଅଞ୍ଚଳର ସମସ୍ୟା ନେଇ ପ୍ରଶ୍ନ ପଚାରୁଥିବା ଦେଖିବାକୁ ମିଳିଛି । ବିଜେପି ପ୍ରାର୍ଥୀଙ୍କ ପାଇଁ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୌଧୁରୀ କରିଛନ୍ତି ।  

{"id":169394,"width":551,"height":310}

ଏଥର ବିଜେପୁରରେ ବିଜେଡି ଜିତିବ ବୋଲି କନଫିଡେଣ୍ଟ ଥିଲେ ବି କେତେ ଭୋଟ ବ୍ୟବଧାନରେ ଜିତିବ ତାକୁ ନେଇ ଦ୍ବନ୍ଦରେ ।ବିଜେପି ଭାବୁଛି ଏଥର କିଛି ମିରାକଲ୍ ହୋଇପାରେ ।କଂଗ୍ରେସରେ ରିପୁନାଥ ସେଠ୍ ଏବେ ଦଳୀୟ ପ୍ରାର୍ଥୀ ଦିଲ୍ଲିପ ପଣ୍ଡାଙ୍କୁ ଧରି ବୁଲୁଥିବାରୁ କଂଗ୍ରେସ ଗତଥର ଅପେକ୍ଷା ଭଲ କରିବ ବୋଲି ଭାବୁଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.