ବିଜେପୁରରେ କାଲି ହେବ ହେଭିୱଟେ ଲଢେଇ, ଜାଣନ୍ତୁ କାହିଁକି

Published By : Prameya-News7 Bureau | October 16, 2019 IST

ବିଜେପୁର ୧୬।୧୦ - ବିଜେପୁର ନିର୍ବାଚନର ପ୍ରଚାର ପାଇଁ ହାତରେ ଅଛି ମାତ୍ର ୩ ଦିନ। ଏଥିପାଇଁ ପ୍ରାର୍ଥୀମାନେ ନିଜ ନିଜ ପ୍ରଚାରରେ ସ୍ପିଡ ବଢ଼ାଇଛନ୍ତି। ଆସନ୍ତାକାଲି ବିଜେଡି ପାଇଁ ପ୍ରଚାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାକୁ ଯାଉଛନ୍ତି। ସେପଟେ ବିଜେପି ଏବଂ କଂଗ୍ରେସ ମଧ୍ୟ ନିଜ ପ୍ରଚାରକୁ ଅଧିକ ପ୍ରଭାବୀ କରିବା ଲାଗି ଜୋର ଦେଇଛନ୍ତି। …..

ବିଜେପୁରରେ କାଲି ହେବ ହେଭିୱଟେ ଲଢେଇ ।  ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ କାଲି ପ୍ରଚାର ମୈଦାନଙ୍କୁ ଓହ୍ଲାଇବେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଆସନ୍ତକାଲି ସକଳେ ଲାଉମୁଣ୍ଡ ରେ ମୁଖ୍ୟମନ୍ତ୍ରୀ ଙ୍କ  ହେଲିକପ୍ଟର ଅବତରଣ କାରିବା ପରେ  ପ୍ରଥମେ ବିଜେପୁର ତାପରେ ଅପରାହ୍ନରେ ବରପାଲ୍ଲୀରେ ରୋଡ଼ ସୋ କରିବେ।  ମୁଖ୍ୟମନ୍ତ୍ରୀ ଙ୍କ ରୋଡ଼ ସୋ କୁ  ସଫଳ କରିବା ପାଇଁ  ବିଜେଡି ର ବରିଷ୍ଠ ନେତାମାନେ ଲାଗିପଡିଛନ୍ତି।  ଗାଁ ଗାଁ ବୁଲି ପ୍ରଚାର କରିବା ସହିତ କର୍ମୀ ସମ୍ମିଳନୀ କରିଛି ବିଜେଡି। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସାମ୍ବାଦିକ ବିଜେପୁରରେ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତସୂଚୀ ସଂପର୍କରେ ସୂଚନା ଦେଇଛି। ମୁଖ୍ୟମନ୍ତ୍ରୀ ୪୩ ସ୍ଥାନରେ ପଥପ୍ରାନ୍ତ ସଭାରେ ଉଦ୍‌ବୋଧନ ଦେବେ।

ମୁଖ୍ୟମନ୍ତ୍ରୀ ରୋଡ଼ ସୋ କୁ ଟକ୍କର ଦେବାପାଇଁ  ବିରୋଧୀ ପୁରା ଯୋଜନା କରିଛନ୍ତି। ଆସନ୍ତା କାଲି ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବା ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ ବରଗଡ଼ ବାସୀଙ୍କ ଉପରେ କିଛି ପ୍ରକାଇବ ନାହି ବୋଲି ବିଜେପି ଯୁକ୍ତି ବଢିଛି। ସେହିପରି କଂଗ୍ରେସ ବି ଆଜି ପୁରା ଦମ ଲଗାଇଛି। ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିଧାୟକ ଦଳ ନେତା  ନରସିଂହ ମିଶ୍ର, ବିଧାୟକ ସୁର ରାଉତରାୟ ପ୍ରମୁଖ ଆଜି ଠାରୁ ଡେରା ପକେଇଛନ୍ତି । ବିଧାୟକ ସୁର ରାଉତରାୟ ଅଭିଯୋଗ କରିଛନ୍ତି ଯେ ବିଜେଡି ବିଜେପି ଟଙ୍କା ଦେଇ ଭୋଟ କିଣିଛନ୍ତି। ବିଜେଡି ଏହାର ଜବାବ ରଖିଛି।

ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହେବ। ବିଜେଡି ସମ୍ମାନ ବଞ୍ଚାଇବା ପାଇଁ ତ ବିଜେପି ସ୍ୱାଭିମାନ ଆଉ କଂଗ୍ରେସର ନିଜର ସ୍ଥିତି ଜାହିର କରିବା ଲାଗି ନିଜ ନିଜର ଦମ ଲଗେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.