Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ଶେଷହେଲା ପ୍ରଚାର – ଲୋକମତକୁ ରାଜନେତାଙ୍କ ଅପେକ୍ଷା

19/10/2019 at 10:00 PM

ବିଜେପୁର ୧୯।୧୦ -ବିଜେପୁର ଉପ ନିର୍ବାଚନ ପାଇଁ ସଂଧ୍ୟାରେ ପ୍ରଚାର ଶେଷ ହୋଇଛି । ତେଣୁ ପ୍ରଚାରର ଅନ୍ତିମ ପର୍ଯ୍ୟାୟକୁ ପ୍ରଭାବଶାଳୀ କରିବାକୁ ସବୁଦଳ ପ୍ରାଣମୂର୍ଛା ଉଦ୍ୟମ କରିଥିଲେ । ବିଭିନ୍ନ ଦଳ ବାଇକ୍ ରାଲିରେ ଗାଁ ଗାଁ ସାହି ସାହି ସାହି ବୁଲି ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ।

ଆସନ୍ତା ୨୧ରେ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ ।୨୪ ତାରିଖରେ ଭୋଟ୍ ଗଣତି ହେବ । ସେପଟେ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ କରିବାକୁ ପ୍ରଶାସନ ପକ୍ଷରୁ ବି ବ୍ୟାପକ ବନ୍ଦୋବସ୍ତ ହୋଇଛି ।

ବିଜେପୁର ପାଇଁ ପ୍ରଚାର ଶେଷ । ୧୫ଦିନ ଧରି ବିଜେପୁର ନିର୍ବାଚନ ମଣ୍ଡଳୀର ସବୁ ବ୍ଲକ ଓ ପଞ୍ଚାୟତ ହେଡ୍କ୍ବାର୍ଟରରେ କ୍ୟାମ୍ପ ପକାଇଥିବା ନେତା, ମନ୍ତ୍ରୀ , ବିଧାୟକ ଜିଲ୍ଲା ସୀମା ପାରକରି ପାଖ ଜିଲ୍ଲାକୁ କ୍ୟାମ୍ପ ଉଠାଇ ନେଇଛନ୍ତି । ଗତ କିଛି ଦିନ ଧରି ସବୁ ଦଳର ଯେଉଁ ହାଇପ୍ରୋଫାଇଲ୍ ପ୍ରଚାର ଚାଲିଥିଲା ତାହା ସଂଧ୍ୟା ୫ଟା ସୁଦ୍ଧା ଶେଷ ହୋଇଛି । ପ୍ରଚାରର ଶେଷ ଦିନରେ ସବୁଦଳ ବାଇକ୍ ରାଲିରେ ବିଭିନ୍ନ ପଞ୍ଚାୟତ ବୁଲି ନିଜ ଦଳ ପ୍ରାର୍ଥୀଙ୍କୁ ଜିତାଇବାକୁ ଭୋଟରଙ୍କୁ ଅପିଲ୍ କରିଛନ୍ତି । ବିଜେଡି ପକ୍ଷରୁ ବିଜେପୁର, ବରପାଲି ଓ ଗାଇସିଲଟ ବ୍ଲକ ଦାଇତ୍ବରେ ଥିବା ନେତାମାନେ ରାଲିକୁ ଲିଡ୍ କରିଥିଲେ । କେତେକ ସ୍ଥାନରେ ବିଜେଡି ପକ୍ଷରୁ ମହିଳାଙ୍କ ଜରିଆରେ ଡୋର୍ ଟୁ ଡୋର କ୍ୟାମ୍ପେନିଂ କରାଯାଇଥିଲା । ୨ ଦିନ ଧରି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ରୀତା ସାହୁଙ୍କ ପାଇଁ ପ୍ରଚାର କରି ଫେରିବା ପରେ ଦଳର ମନୋବଳ ବଢିଛି ।

ବିଜେପି ପକ୍ଷରୁ ମଧ୍ୟ ଶେଷ ଦିନରେ ୩ଟି ଯାକ ବ୍ଲକ୍ରେ ଜୋରଦାର ପ୍ରଚାର କରାଯାଇଛି । ଦଳ ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା କେ.ଭି ସିଂଦେଓ ଓ ସାଂସଦ ସୁରେଶ ପୂଜାରୀ ପ୍ରଚାର ଭାର ସମ୍ଭାଳିଥିଲେ । ଦଳ ପକ୍ଷରୁ ବରପାଲିରେ ବାଇକ୍ ରାଲି କରାଯାଇଥିଲା । ବିକାଶର ପ୍ରତିଶ୍ରୁତି କୁଆଡେ ଗଲା ପ୍ରଶ୍ନକରି ବିଜେପି ଲୋକଙ୍କ ପାଖକୁ ଯାଇଛି । କଂଗ୍ରେସର ସ୍ଥାନୀୟ ନେତା ନିଜ ପ୍ରାର୍ଥୀଙ୍କ ପାଇଁ ଜି-ଯାନ୍ ଲଗାଇଦେଇଛନ୍ତି । ବିଜେପୁର ଜିତିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ପଶ୍ଚିମ ଓଡ଼ିଶାର ବଡ ଚେହେରା ହିସାବରେ କଂଗ୍ରେସ ନରସିଂହ ମିଶ୍ରଙ୍କୁ ପୂରା ଦାୟିତ୍ବ ଦେଇଛି ।ସେହି ଅନୁସାରେ କଂଗ୍ରେସର ସବୁ ବଡ଼ନେତା ବିଜେପୁର ନିର୍ବାଚନ ମଣ୍ଡଳୀର ପ୍ରତି ପଞ୍ଚାୟତ ଯାଇ ନିଜ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ ଜିତାଇବାକୁ ପ୍ରଚାର କରିଥିଲେ ।

ସେପଟେ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ଜିଲ୍ଲା ପ୍ରଶାସନ ଓ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ୩୨ ପ୍ଲାଟୁନ୍ ଫୋର୍ସ, ୩ କଂପାନୀ ସିଆରପିଏଫ୍, ୭୫ ଜଣ ସବ୍ ଇନସ୍ପେକ୍ଟର, ୧୧୩ ଜଣ ଏଏସ୍ଆଇ ଏବଂ ୭ଜଣ ଡିଏସ୍ପି ମୁତୟନ ହୋଇଛନ୍ତି । ବିଜେପୁର ନିର୍ବାଚନ ମଣ୍ଡଳୀରେ ୧୩୫ ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ୨୮ ବୁଥ୍ରେ ୱେବ୍ କାଷ୍ଟିଙ୍ଗ କରାଯିବା ସହ ୧୪ଟି ବୁଥ୍ରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ହୋଇଛି । ୧୬ ବୁଥ୍ରେ ଭିଡିଓ ଗ୍ରାଫି କରାଯିବ । ୭୭ ବୁଥ୍ରେ ମାଇକ୍ରୋ ଅବଜରଭର ବ୍ୟବସ୍ଥା ହୋଇଛି । ପଦ୍ମପୁର RMC ପଡ଼ିଆରୁ ପୋଲିଙ୍ଗ ଟିମ୍ ସାଙ୍ଗରେ ଇଭିଏମ୍ ସହ ବୁଥ୍ ଅଭିମୁଖେ ଯାଇଛନ୍ତି । ଉପନିର୍ବାଚନ ପାଇଁ ୩ଟି ବ୍ଲକରେ ୬ଟି ମଡେଲ ବୁଥ୍ କରାଯିବ ।

ବିଜେପୁରର ମୋଟ୍ ଭୋଟର ୨ଲକ୍ଷ ୩୨ ହଜାର ୨୬୪ । ସେଥି ମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୧୧୪ । ୨୧ ତାରିଖରେ ହେବ ଭୋଟ୍ । ଆଉ ଦିନକ ଭିତରେ କିଭଳି ଭୋଟରଙ୍କୁ ମନେଇ ଭୋଟ୍ କେନ୍ଦ୍ରକୁ ନେଇହେବ ସେଥିପାଇଁ ବିଭିନ୍ନ ଏଜେନେସି ଉପରେ ନିର୍ଭର ସବୁଦଳ ।

   Related Posts