ସରିଲା ବିଜେପୁର ଉପନିର୍ବାଚନ – ଇଭିଏମ୍‌ ବକ୍ସରେ ବନ୍ଦ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

Published By : Prameya-News7 Bureau | October 21, 2019 IST

ବିଜେପୁର ୨୧।୧୦ -  ବିଜେପୁର ଭୋଟ ସରିଲା  । ଗତ କିଛିଦିନ ଧରି ଯେଉଁ ଗହଳ ଚହଳ ଲାଗିଥିଲା ତାହା ପୂରା ଥଣ୍ଡା ପଡିଛି । ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ସିଲ୍‌ ହୋଇଛି । ୨୪ରେ ବାହାରିବ ଫଳ । ମୋଟ ୨ଲକ୍ଷ ୩୨ ହଜାର ୨୬୪ ଭୋଟରଙ୍କ ଭିତରୁ ଅପରାହ୍ନ ୫ ମଧ୍ୟରେ ୭୨ ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ସେପଟେ ଭୋଟପରେ ସବୁଦଳର ଦାବି ଏଥର ସେମାନଙ୍କ ପ୍ରାର୍ଥୀ ନିଶ୍ଚୟ ଜିତିବେ ।

{"id":172915}

ସରିଲା ବିଜେପୁର ଉପନିର୍ବାଚନ ପାଇଁ ଭୋଟ୍‌ । ସକାଳ ୭ରୁ ଲମ୍ବା ଧାଡିରେ ଠିଆ ହୋଇ ଶାନ୍ତି ଶୃଙ୍ଖଳାର ସହ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ବିଜେପୁର ଭୋଟର । କେବଳ ଗାଇସିଲଟ ବ୍ଲକର ଗୋଟିଏ ସ୍ଥାନରେ ନିର୍ଦ୍ଦିଷ୍ଟ ଦଳର ଲୋକେ ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଲୋଭିତ କରୁଥିବା ନେଇ ଅଭିଯୋଗ ହୋଇଥିଲା । ତୁରନ୍ତ ସେଠାରେ ନିର୍ବାଚନ ତଦାରଖ କରୁଥିବା ସ୍କ୍ବାଡ ପହଞ୍ଚି ୧୪ ହଜାର ୫୦୦ ଟଙ୍କା ସିଜ୍ କରିଥିଲା । ଏଥର ଭୋଟପାଇଁ ଏମ-୩ ଇଭିଏମ ବ୍ୟବହାର ହେଉଥିବାରୁ ଭୋଟିଙ୍ଗ ମେସିନରେ ସେଭଳି କିଛି ବଡ଼ ଧରଣର ତୃଟି ସାମ୍ନାକୁ ଆସିନାହିଁ । ମାତ୍ର ୫ଟି ଇଭଇଏମ୍ ରେ ତୃଟି ଦେଖାଯାଇଥିଲା ଏବଂ ତାକୁ ତୁରନ୍ତ ବଦଳା ଯାଇଥିଲା । ସେପଟେ ଗତ ଦେଢ ବର୍ଷରେ ୩ ଥର ନିର୍ବାଚନ ସମ୍ମୁଖୀନ ହେଉଥିବା ବିଜେପୁର ବାସୀଙ୍କ ମନରେ ଭୋଟିଂକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ସବୁଠୁ ବୟସ୍କ ଭୋଟର ଭାବେ ୧୦୭ ବର୍ଷର ରାମଜୀ ସାହୁ ଏବଂ ୯୧ ବର୍ଷର ଗୋଲକ ପାଣିଗ୍ରାହୀ ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ ।

{"id":172916}

ସକାଳୁ କର୍ମୀଙ୍କ ସହ ମନ୍ତ୍ରଣା କରିବା ପରେ ପ୍ରାର୍ଥୀମାନେ ବାହାରିଥିଲେ ଭୋଟ କେନ୍ଦ୍ରକୁ । ବିଜେପୁର ବ୍ଲକରୁ ବିଜେପି ପ୍ରାର୍ଥୀ ସନତ ଗଡତିଆ ଏବଂ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ସେମାନଙ୍କ ବୁଥରେ ଭୋଟ ଦେଇଥିବାବେଳେ ବରପାଲି ବ୍ଲକରେ ରୀତା ସାହୁ ଭୋଟ ଦେଇଥିଲେ।

{"id":172917}

ଏପଟେ ସବୁ ଦଳ ବିଜେପୁରରେ ବାଜି ମାରିବେ ବୋଲି କହିଛନ୍ତି । କିଛି ଦିନ ତଳେ କଂଗ୍ରେସ ନେତା ସୁର ରାଉତରାୟ ତାଙ୍କ ଦଳ ହାରିବ ବୋଲି କହିଥିଲେ ବି ସେ ଆଜି ନିଜ ମତ ବଦଳାଇଛନ୍ତି । ସେପଟେ ବିଜେପି ଆଶାବାଦୀ ତାଙ୍କ ଦଳ ଉଠାଇଥିବା ବିକାଶ ପ୍ରସଙ୍ଗ ଓ ନବୀନ ବିଜେପୁର ଛାଡିବା ପ୍ରସଙ୍ଗ ଭୋଟରଙ୍କ ମନକୁ ଛୁଇଁଛି । ତେଣୁ ଏଥର କିଛି ମିରାକଲ ହେବ । ବିଜେଡିର ଦାବି ଲୋକଙ୍କଙ୍କ ଭରସା ନବୀନଙ୍କ ପ୍ରତି ଅଛି ତେଣୁ ରୀତା ଜିତିବେ।

{"id":172918}

ତେବେ ବିଜେପୁର ବାସୀ କାହାକୁ ସେମାନଙ୍କ ନେତା ବାଛିଛନ୍ତି ତାହା ୨୪ ତାରିଖ ଫଳାଫଳରୁ ହିଁ ଜଣାପଡିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.