ବିଜେପୁର ଉପନିର୍ବାଚନ ପ୍ରାର୍ଥୀ ଚୟନ ପାଇଁ ତିନି ଦଳର ଜୋରଦାର କସରତ, ଜାଣନ୍ତୁ କିଏ ଅଛନ୍ତି ଆଶାୟୀ

Published By : Prameya-News7 Bureau | September 25, 2019 IST

ଭୁବନେଶ୍ୱର ୨୯।୦୯-  ବିଜେପୁର ଉପନିର୍ବାଚନ ନାମାଙ୍କନ ପତ୍ର ଦାଖଲ ପାଇଁ ଆଉ ମାତ୍ର ହାତରେ ୫ ଦିନ । ତିନି ଦଳ ଏବେ ପ୍ରାର୍ଥୀ ଚୟନ ଓ ନିର୍ବାଚନ ରଣନୀତି ପାଇଁ ଚଳାଇଛନ୍ତି ଜୋରଦାର କସରତ । ବିଜେଡି ନୀବନ ନିବାସରେ ରଣନୀତି, ପ୍ରାର୍ଥୀ ଏବଂ ବ୍ଳକ ଓ ପଞ୍ଚାୟତ ଦାୟୀତ୍ବରେ କିଏ ରହିବ ସେ ନେଇ ଆଲୋଚନା କରିଥିବାବେଳେ ଗ୍ରାଉଣ୍ଡରେ ବରିଷ୍ଠ ନେତା, ସାଂସଦ, କର୍ମୀ ଓ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ରଣନୀତି ସ୍ଥିର କରିଛି। ଏପଟେ କଂଗ୍ରେସ ରଣନୀତି କରିବା ସହିତ ଏଆଇସିସିକୁ  ବିଜେପୁର ପାଇଁ ୫ ଜଣଙ୍କ ନାମ ସୁପାରିଶ କରିଛି । …

ବିଜେପୁର ପାଇଁ ବିଜେଡିର କସରତ । ଉଚ୍ଚସ୍ତରୀୟ କମିଟି ବୈଠକ ପରେ ଚୁଡାନ୍ତ ହୋଇଛି ପ୍ରାର୍ଥୀ ଚୟନ ଓ ରଣନୀତି। ବିଜେପୁର ମୁଖ୍ୟମନ୍ତ୍ରୀଙ୍କ ସିଟ ଥିବାରୁ ବିଜେଡି ପାଇଁ ଏହା ସମ୍ମାନର ପ୍ରଶ୍ନ । ସାଧରଣ ନିର୍ବାଚନ ଠାରୁ ଅଧିକ ଭୋଟରେ ଜିତିବା ପାଇଁ ସୁପ୍ରିମୋଙ୍କ ନିର୍ଦ୍ଦେଶ ରହିଛି। ଏ ନେଇ ବରିଷ୍ଠ ନେତାଙ୍କୁ ନେଇ ନବୀନ ନିବାସରେ କସରତ କରିଥିଲା ବିଜେଡି। ବ୍ଲକ ଓ ପଞ୍ଚାୟତରେ କିଏ ରହିବ ସେ ନେଇ ନିଷ୍ପତି ହୋଇଛି।  ସୁଶାନ୍ତ ସିଂଙ୍କୁ ପୁରା ବିଜେପୁର ଭାର ଦିଆଯାଇଛି। କିନ୍ତୁ ତାଙ୍କୁ ବିଜେପୁର ଏବଂ ଗାଇସିଲେଟ ବ୍ଲକରେ ଫୋକସ କରିବାକୁ କୁହାଯାଇଛି।

{"id":162668}

କଳିକେଶ ସିଂହ ଦେଓ ଗାଇସିଲେଟରେ ସୁଶାନ୍ତ ସିଂହଙ୍କୁ ସହଯୋଗ କରିବେ। ବିଜେପୁର ବ୍ଲକ ଦାୟିତ୍ବ ଅରୁଣ ସାହୁଙ୍କୁ ଦିଆଯାଇଛି। ବରପାଲି ବ୍ଲକ ଦାୟିତ୍ବରେ ଅଛନ୍ତି ସଞ୍ଜୟ ଦାସବର୍ମା ଏବଂ ନିରଞ୍ଜନ ପୂଜାରୀ। ଏପଟେ ରୀତା ସାହୁଙ୍କୁ ପ୍ରାର୍ଥୀ କରିବାକୁ ଦଳ ମନବଳାଇଥିବା ବେଳେ ଆଉ କିଛି ନୂଆ ମୁହଁଙ୍କୁ ନେଇ ବି ଚର୍ଚ୍ଚା ଜୋର ଧରିଛି। ଦିନେଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ ଓ ଆସନ୍ତା ୩୦ ତାରିଖ ବିଜେଡି ନାମାଙ୍କନ ପତ୍ର ଦାଖଲ କରିବ।

{"id":162669}

ଅତାବିରା ଆନ୍ଧ୍ର କଲ୍ୟାଣ ମଣ୍ଡପରେ ବସିଥିଲା ବିଜେପିର ପ୍ରସ୍ତୁତି ବୈଠକ । ରାଜ୍ୟରେ ଦୁଷ୍କର୍ମ, ଚାଷୀ ଆତ୍ମହତ୍ୟା, ବେରୋଜଗାରୀ  ଭଳି ପ୍ରସଙ୍ଗ ଉଠାଇ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ସ୍ଥିତ କରିଛି । ଖୁବ ଶୀଘ୍ର ଦଳ ଉପଯୁକ୍ତ ପ୍ରାର୍ଥୀ ଘୋଷଣା କରିବ। ଯିଏ ଟିକେଟ ପାଉ ସବୁ ଆଶାୟୀ ମିଶି ନିର୍ବାଚନ ଲଢ଼ିବେ ବୋଲି  ନିଷ୍ପତ୍ତି ନେଇଛନ୍ତି।

{"id":162671,"width":592,"height":375}

ସେପଟେ କଂଗ୍ରେସ ବି ତାର ପ୍ରସ୍ତୁତିକୁ ଜୋରଦାର କରିଛି । ଗତକାଲି ବୈଠକର ନିଷ୍ପତ୍ତି ଅନୁସାରେ ଏଆଇସିସିକୁ ପିସିସି ୫ ଆଶାୟୀ ପ୍ରାର୍ଥୀଙ୍କ ନାମ ସୁପାରିଶ କରିଛି। ଆଭିଷେକ ସେଠ, ଦିଲ୍ଲୀପ ପଣ୍ଡା, ରବିନ୍ଦ୍ର ପଣ୍ଡା, ସୁଧେଶ୍ନା ସୁଆର ଏବଂ ସୁରେନ୍ଦ୍ର ପାତ୍ରଙ୍କ ନାମ ପଠାଯାଇଛି । ଏଆଇସିସି ମୋହର ଲାଗିବା ପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ କଂଗ୍ରେସ।

{"id":162670,"width":593,"height":385}

ବିଜେପୁରପାଇଁ ତିନି ଦଳ କସରତ ଚଳାଇଛନ୍ତି । ତେବେ ପ୍ରାର୍ଥୀ ଘୋଷଣା ପରେ ହିଁ ଚିତ୍ର ସ୍ପଷ୍ଟ ହେବ ଯେ କିଏ କାହାକୁ ଟକ୍କର ଦେବ

{"id":162672,"width":591,"height":323}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.