Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ବିଜେପୁର ଉପ-ନିର୍ବାଚନ; ପୁଣି ରୀତା ସାହୁଙ୍କୁ ପାର୍ଥୀ କରିବ ବିଜେଡି !

6/06/2019 at 5:55 PM

ଭୁବନେଶ୍ବର ୬|୬; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିବା ପରେ ପୁଣି ଥରେ ଉପନିର୍ବାଚନ ହେବାକୁ ଯାଉଛି । ଏଥର ବିଜେପୁରରେ କିଏ ହେବ ପ୍ରାର୍ଥୀ ତାକୁ ନେଇ ୩ ପ୍ରମୁଖ ଦଳରେ ଅଙ୍କକଷା ଆରମ୍ଭ ହୋଇଗଲାଣି । ଏପଟେ ୨ ବର୍ଷ ଭିତରେ ୩ ଥର ନିର୍ବାଚନ ଦେଖି ସାରିଲେଣି ବିଜେପୁରବାସୀ । ପୁଣି ନବୀନ ସରକାରଙ୍କୁ ଭରସା କରିବେ ନା ପରିବର୍ତ୍ତନ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିବା ପରେ ଗତ ୨ ବର୍ଷ ଭିତରେ ତୃତୀୟ ଥର ପାଇଁ ଉପନିର୍ବାଚନ ହେବ । ପୁଣି କିଏ ହେବ ପ୍ରାର୍ଥୀ, ତାକୁ ନେଇ ୩ ପ୍ରମୁଖ ଦଳରେ ଅଙ୍କକଷା ଆରମ୍ଭ ହୋଇଗଲାଣି । ଗତ ସାଧାରଣ ନିର୍ବାଚନ ଓ ଉପନିର୍ବାଚନରେ ବିଜେପୁରବାସୀଙ୍କ ମନ ଜିଣିଛନ୍ତି ନବୀନ ।

ଗତ ନିର୍ବାଚନରେ ବିଜେପୁର ଆସନରେ ଲକ୍ଷାଧିକ ଭୋଟରେ ଜିତିଥିଲେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଉପନିର୍ବାଚନରେ ସ୍ବର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । ଏବେ ବିଜେପୁର ଆସନ ଛାଡିବା ପୂର୍ବରୁ ବିଜେପୁରବାସୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ନବୀନ । ଏହାର ପ୍ରଭାବ ବିଜେପୁରବାସୀଙ୍କ ଉପରେ ପଡିବ ନା  ପରିବର୍ତ୍ତନ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ପ୍ରାର୍ଥୀ ଖୋଜାକୁ ନେଇ କେଉଁ ଦଳର କଣ ରଣନୀତି ରହିବ ତାକୁ ନେଇ ବୟାନବାଜି ଜୋର ଧରିଲାଣି । ବିଜେପୁରବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭରସା କରି ଭୋଟ ଦେଇଥିଲେ, କିନ୍ତୁ ସେ ପ୍ରତାରଣା କରିଛନ୍ତି ।ତେଣୁ ଭୋଟର ଏବେ ମଧ୍ୟରେ ସଚେତନ ହୋଇଛନ୍ତି ବୋଲି ବିରୋଧୀ କଂଗ୍ରେସ ଓ ବିଜେପି କହିଛନ୍ତି । ସେପଟେ ଦଳ ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାକୁ ବିଜେପୁରବାସୀ ଗ୍ରହଣ କରିବେ ବୋଲି ବିଧାୟକା ରୀତା ସାହୁ  କହିଛନ୍ତି ।

୨ ବର୍ଷ ଭିତରେ ବିଜେପୁରରେ ତୃତୀୟ ଥର ନିର୍ବାଚନ ହେବ । ଏଥର ପୁଣି ନବୀନ ସରକାରଙ୍କୁ ଭରସା କରିବେ କି ଜନତା, ତାହା ଫଳାଫଳ ସ୍ପଷ୍ଟ କରି ।

   Related Posts