Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ବେକାରଙ୍କ ସଂଖ୍ୟା ବଢିଛି, ତାକୁ ନେଇ ରାଜନୀତି ବି ବଢିଚାଲିଛି : ରାଜ୍ୟପାଳଙ୍କୁ ଦାବିପତ୍ର ଦେଲା ବିଜେଡି

8/02/2019 at 7:21 PM

ଭୁବନେଶ୍ବର ୮|୨; କାଲି ବିଜେପି ଗର୍ଜିଲା, ବିଧାନସଭା ଘେରିବାକୁ ଉଦ୍ୟମ କଲା । ଆଉ ଆଜି ବିଜେଡି ଚାଲି ଚାଲି ଯାଇ ରାଜ୍ୟପାଳଙ୍କୁ ଦାବି ପତ୍ର ଦେଲା । ଆଉ ସେପଟେ ରାହୁଲ ଯୁଆଡ଼େ ଯାଉଛନ୍ତି, ସେହି କଥା କହୁଛନ୍ତି । ନିର୍ବାଚନ ଠିକ୍ ପୂର୍ବରୁ ଫୋକସରେ ବେରୋଜଗାରୀ । ଆଜି ଗୃହ ମୁଲତବୀ ହେବା ପରେ ବିଜେଡି ବିଧାୟକମାନେ ଚାଲି ଚାଲି ଯାଇଥିଲେ ରାଜଭବନ । କେନ୍ଦ୍ର ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦେଇଥିଲେ ଦାବି ପତ୍ର । ମୁଦ୍ଦା ଥିଲା ବେକାରୀ ସମସ୍ୟା ।

କେନ୍ଦ୍ରରେ କ୍ଷମତାକୁ ଆସିଲେ ୨ କୋଟି ବେକାରଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଥିଲା ବିଜେପି । ହେଲେ କାହିଁକି ଏହା ପାଳନ କଲା ନାହିଁ ପ୍ରଶ୍ନ କରିଛି ବିଜେଡି ।  ରାଷ୍ଟ୍ରାୟତ୍ତ ସଂସ୍ଥା ଗୁଡ଼ିକ ସ୍ଥାନୀୟ ଯୁବକ, ଯୁବତୀଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦେଉ ନ ଥିବା ବିଜେଡି ଅଭିଯୋଗ କରିଛି । ଆଗକୁ ମୋଦି ସରକାରଙ୍କ ବିରୋଧରେ ଏହାକୁ ପ୍ରମୁଖ ଅସ୍ତ୍ର କରିବାକୁ ଇସାରା ଦେଇଛି ।

କାଲି ସମାନ ପ୍ରସଙ୍ଗକୁ ନେଇ ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଘେରିବାକୁ ପ୍ରୟାସ କରିଥିଲା । ରାଜ୍ୟ ସରକାର ଓଡ଼ିଶାର ଯୁବକ, ଯୁବତୀକୁ ରୋଜଗାର ଦେବାରେ ବିଫଳ ହୋଇଥିବା ଆରୋପ ଲଗାଇଥିଲା । ଆଜି ସମାନ ପ୍ରସଙ୍ଗରେ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି । ସେପଟେ ରାହୁଲଙ୍କ ସର୍ବନିମ୍ନ ଆୟର ପ୍ରତିଶ୍ରୁତି, ରାଜସ୍ଥାନରେ ବେକାରୀ ଭତ୍ତା ପ୍ରସଙ୍ଗକୁ ନେଇ କଂଗ୍ରେସ କ୍ୟାମ୍ପ ଉତ୍ସାହିତ ।

ବେକାରଙ୍କ ସଂଖ୍ୟା ବଢୁଛି । ଦିଲ୍ଲୀଠୁ ନେଇ ଭୁବନେଶ୍ବର ଯାଏଁ ସବୁଠି ଏ ନେଇ ଅସନ୍ତୋଷ ।  ହେଲେ ଏହାର ସମାଧାନ ବଦଳରେ ବଢୁଥିବା ସଂଖ୍ୟାକୁ ଭୋଟ୍ ବ୍ୟାଙ୍କରେ ପରିଣତ କରିବାକୁ ଲାଗି ପଡ଼ିଛନ୍ତି ଶାସକ-ବିରୋଧୀ । ନିର୍ବାଚନ ପୂର୍ବରୁ ଦେଖାଉଛନ୍ତି, ବେରୋଗାରଙ୍କ ଲାଗି କାହାର କେତେ ଦରଦ ।

   Related Posts