Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ପାର୍ବଣ ଯୋଗୁଁ ରାଜ୍ୟରେ ଟିକାକରଣ ଧିମେଇଥିଲା, ଆଗକୁ ତ୍ୱରାନ୍ୱିତ ହେବ…

21/10/2021 at 11:56 AM

ଭୁବନେଶ୍ୱର ୨୧।୧୦: ଦେଶରେ ଶହେ କୋଟି ପାର କରିଛି ଟୀକାକରଣ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା  ୩ କୋଟି ୪୮ ଲକ୍ଷ ୩୮ହଜାର ୧୮୩ ଜଣଙ୍କୁ ଟୀକାକରଣ କରାଯାଇଛି। ପ୍ରଥମ ଡୋଜ ନେଇଛନ୍ତି ୨ କୋଟି ୪୫ ଲକ୍ଷ ୯୦ ହଜାର ୨୪୭। ଉଭୟ ଡୋଜ ନେଇଛନ୍ତି  ୧ କୋଟି ୨ ଲକ୍ଷ ୪୭ହଜାର ୯୩୬ । ଆଜି ୧୮୫୦ ଟୀକାକରଣ କେନ୍ଦ୍ରରେ ଜାରି ରହିଛି ଟୀକାକରଣ। ୨୨ ଲକ୍ଷ ୭୦ ହଜାର ୮୭୦ ଟୀକା ମହଜୁଦ ଅଛି। ପାର୍ବଣ ଯୋଗୁଁ ସାମାନ୍ୟ ଧିମେଇଥିଲା। ଦିନକୁ ୪ ଲକ୍ଷ ଟାର୍ଗେଟ ଥିଲା। ଏବେ ୨ ଲକ୍ଷ ହୋଇଛି। ଆଗକୁ ଅଧିକ ତ୍ୱରାନ୍ୱିତ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,  ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଟୀକା ଦେବାକୁ ଲକ୍ଷ ରଖାଯାଇଛି।  ଯେଉଁ ମାନେ ଟୀକା ନେବାକୁ ସମ୍ପୂର୍ଣ୍ଣ ଅସମର୍ଥ ସେମାନଙ୍କ ପାଇଁ  ପ୍ରତି ଜିଲ୍ଲାର ହେଲ୍ପ ଲାଇନ ନମ୍ବର  ଆଡ଼ଭାରଟାଇଜ କରାଯାଇଛି। ଯେଉଁ ମାନଙ୍କର ଆବଶ୍ୟକ  ଫୋନ କଲେ ମୋବାଇଲ ଟିମ ଯାଇ ଟୀକା ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୩୨ ହଜାର ୧୮୧  ଗର୍ଭବତୀ ମହିଳା ଟୀକା ନେଇଛନ୍ତି। ଦିତୀୟ ଡୋଜ ସମୟ ହୋଇଥିଲେ ବି ୨୪ ଲକ୍ଷ ଲୋକ ଏବେବି ଟୀକା ନେଇନାହାନ୍ତି।ଯେତେ ଡେରି ହେଲେ ହେଲେ ବି ଟୀକା ନିଅନ୍ତୁ । ନିର୍ଦ୍ଧାରିତ ସମୟ ମଧ୍ୟରେ ଟୀକା ନେଲେ ଅଧିକ ଫଳପ୍ରଦ ହେବ। କିନ୍ତୁ ଯେଉଁମାନେ ବି ନିର୍ଦ୍ଧାରିତ ସମୟ ମଧ୍ୟରେ ନେଇ ନାହାନ୍ତି ସେମାନେ ପରବର୍ତୀ ମୁହୂର୍ତ୍ତରେ ନେଇ ପାରିବେ।

   Related Posts