ଏବେ ରାଜ୍ୟରେ ୧୭ ଲକ୍ଷ ଟିକା ମହଜୁଦ ଅଛି, ଆଗକୁ ୭୦ ଲକ୍ଷ ଟିକା ଆସିବ

Published By : Prameya-News7 Bureau | September 29, 2021 IST

ଭୁବନେଶ୍ୱର ୨୯।୦୯: ଜାନୁୟାରୀରୁ ଆରମ୍ଭ ହୋଇଥିଲା ଟୀକାକରଣ । ବର୍ତ୍ତମାନ ୧୭ଲକ୍ଷ ଟୀକା ଓଡିଶାରେ ମହଜୁଦ ଅଛି । ୧୨୭୭୮୯୦ କୋଭିସିଲ୍ଡ଼ ରହିଥିବା ବେଳେ ୪୨୭୮୪୫ କୋଭାକ୍ସିନ ମହଜୁଦ ରହିଛି  ।  ଆଗକୁ ଭାରତ ସରକାରଙ୍କ ପକ୍ଷରୁ  ୭୦ଲକ୍ଷ ଟୀକା ଓଡିଶାକୁ ମିଳିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଡିସେମ୍ବର ମାସ ଶେଷ ସୁଦ୍ଧା ପ୍ରଥମ ଡୋଜ ଟୀକା ଶତ ପ୍ରତିଶତ  ଦିଆଯିବା ନେଇ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ପ୍ରଥମ ଡୋଜ ୨୧୮୪୧୦୮୧ ଜଣଙ୍କ ଟିକା ଦିଆଯାଇଥିବା ବେଳେ ଏହା ୭୦% ରହିଛି । ଉଭୟ ଡୋଜ ୮୨୬୪୯୦୬ ମାନେ 27%  ଜନସାଧାରଣ ନେଇସାରିଛନ୍ତି । ଆଗାମୀ ଦିନରେ ଟିକାକରଣ କାର୍ଯ୍ୟକୁ ଜୋରଦାର କରାଯିବ । କରୋନା ବିରୋଧରେ ଜିତିବାକୁ ହେଲେ ସମସ୍ତଙ୍କୁ ଟିକାକରଣ  ହେବା ଜରୁରୀ ବୋଲି ଜଣାପଡିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.