Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ୟେସ୍ ବ୍ୟାଙ୍କରେ ପ୍ରଭୁ ଜଗନ୍ନାଥଙ୍କ ଟଙ୍କା ରହିବା ପ୍ରସଙ୍ଗ : ପୁଣି ତଥ୍ୟ ରଖି ବର୍ଷିଲେ ବିଜୟ ମହାପାତ୍ର

9/03/2020 at 12:42 PM

ଭୁବନେଶ୍ବର ୯/୩: ୟେସ୍ ବ୍ୟାଙ୍କରେ ପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଜମା ରହିବା ପ୍ରସଙ୍ଗରେ ପୁଣି ତଥ୍ୟ ରଖି ବର୍ଷିଛନ୍ତି ବିଜୟ ମହାପାତ୍ର । ସେ କହିଛନ୍ତି ଯେ , ସରକାର ସ୍ପଷ୍ଟିକରଣ ଦେଉନାହାନ୍ତି କାହିଁକିନା , ସବୁ ସରକାରଙ୍କ ଜାଣତରେ ହୋଇଛି। ୨୦୧୫ରେ AG ଜଣାଇ ଥିଲେ ଜଗନ୍ନାଥଙ୍କ ପାଣ୍ଠିରେ ଅନେକ ଅନିୟମିତତା ହୋଇଛି। ସରକାର କାହିଁକି୫ବର୍ଷ ଧରି ଚୁପ ବସିଲେ?

ଗଜପତି ମହାରାଜା ଓ ପରିଚାଳନା କମିଟି ମଧ୍ୟ ଜାଣିନାହାନ୍ତି। ପରିଚାଳନା କମିଟି ର ଜଣେ ସଦସ୍ୟ ଓ ଦୁଇ ଜଣ ସରକାରୀ କର୍ମଚାରୀ ଏ କାମ କରିଛନ୍ତି। ଯଦି ସମାନ ଅଭିଯୋଗରେ ଉଦ୍ୟାନ କୃଷି ନିର୍ଦେଶକ ଗିରଫ ହେବେ ତେବେ ଏମାନେ କାହିଁକି ହେବେନି। ସମସ୍ତେ ବିରୋଧ କରିବା ସତ୍ତ୍ୱେ ଜଣେ CA ,ୟେସ୍ ବ୍ୟାଙ୍କ ସପକ୍ଷରେ ଯୁକ୍ତି କରୁଥିଲେ। ସେ  ବର୍ତ୍ତମାନ ସରକାରଙ୍କ ଗେଲ୍ହା ପୁଅ।

ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଧେଶ ସତ୍ତ୍ୱେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ଦିଆଗଲାନି।ନିଜ ସ୍ବାର୍ଥ ପାଇଁ ସମସ୍ତ କାମ ବେଆଇନ ଭାବେ କରିଛନ୍ତି। ଗୋଟେ କୋଠରୀ ଓ ଗ୍ୟାଙ୍ଗ ତିଆରି ହୋଇଛି। ସେମାନେ ଜଗନ୍ନାଥ ପାଣ୍ଠିର ଅନିୟମିତତା କରିଛନ୍ତି।ସେମାନଙ୍କ ପରି ଅପରାଧୀ ଆଉ କେହି ନାହାନ୍ତି।  ସରକାର ମୁଁହ ଖୋଲିବା ଦରକାର। ED  ସିଜ଼ କଲେ ବହୁ ବିସ୍ପୋରକ ତଥ୍ୟ ଆସିବ। ଅର୍ଥ ମନ୍ତ୍ରୀ ଙ୍କୁ ଚିଠି ନ ଲେଖି ED ଙ୍କୁ ଚିଠି ଲେଖନ୍ତୁ।

   Related Posts