Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ରାଜ୍ୟରେ ଏବେ ୨ୟ ଲହର ସଂକ୍ରମଣ କମିନାହିଁ, ଅଗଷ୍ଟରୁ ଅକ୍ଟୋବର ଭିତରେ ଆସିବ ୩ୟ ଲହର

28/07/2021 at 12:48 PM

ଭୁବନେଶ୍ୱର ୨୮।୦୭: ଅଗଷ୍ଟରୁ ଅକ୍ଟୋବର ଭିତରେ ଆସିବାର ଅଛି କରୋନାର ତୃତୀୟ ଲହର । ତୃତୀୟ ଲହର ପାଇଁ ଆମେ ପ୍ରସ୍ତୁତ ଅଛୁ । ଯାହା ଆବଶ୍ୟକ ଅଛି । ସେ କାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଏବେ ୫୪ ଜିଲ୍ଲାରେ ସଂକ୍ରମଣ ବଢୁଛି ବୋଲି ମଙ୍ଗଳବାର କେନ୍ଦ୍ର ସରକାର କହିଛନ୍ତି । ସବୁଠାରୁ ଆଶ୍ୱସ୍ତିକର ଖବର ଯେ,  ସେହି ୫୪ ଜିଲ୍ଲା ଭିତରେ  ଆମର  କିଛି ଜିଲ୍ଲା ନାହିଁ। ବର୍ତ୍ତମାନ ସୁଦ୍ଧା ଆମେ ୨ୟ ଲହରରୁ ବାହାରିନାହୁଁ। ଏବେ ବି ୨ୟ ଲହରର ସଂକ୍ରମଣ ଜାରି ରହିଛି। କିଛି ଜିଲ୍ଲାରେ ସଂକ୍ରମଣ ଖସିବାର ନାଁ ଧରୁନି । ଖାସ୍‌ କରି ଖୋର୍ଦ୍ଧା ଓ କଟକରେ ସଂକ୍ରମଣ ତିନି ଅଙ୍କରେ ରହୁଛି। ଵିଶେଷଙ୍ଗ କହିବା ଅନୁଯାୟୀ ଯେହେତୁ ଏଠାକୁ ଅଧିକ ଲୋକ ଯିବା ଆସିବା କରୁଛନ୍ତି ସେଥିପାଇଁ  ଏଠାରେ ସଂକ୍ରମଣ ହାର ଅଧିକ ରହୁଛି।

ତେଣୁ ଆଗକୁ ତୃତୀୟ  ଲହର ପାଇଁ ସମସ୍ତ ପ୍ରସ୍ତୁତି ଅଛୁ। ଯାହା ଆବଶ୍ୟକ ସେ କାର୍ଯ୍ୟ କରାଯାଉଛି।  ଭିତ୍ତି ଭୂମି ମଧ୍ୟ ପ୍ରସ୍ତୁତ କରାଯାଉଛି। ତୃତୀୟ ଲହରକୁ ଦୃଷ୍ଟିରେ ରଖି ଟ୍ରେନିଂ ମଧ୍ୟ ଦିଆଯାଉଛି।  ସର୍ଭିଲାନ୍ସ ଅଧିକ ଗୁରୁତ୍ବ ଦିଆଯାଉଛି।  ଜାତୀୟ ରାଜପଥ କଡ଼ରେ ଥିବା ଜାଗାରେ ସଂକ୍ରମଣ ବଢୁଛି। ଏବେ ଯେଉଁ ମୃତ୍ୟୁ ସଂଖ୍ୟା ଆସୁଛି । ତାହା ସବୁ ଅଡିଟ ରିପୋର୍ଟ ।  ସେଥିପାଇଁ ଭୟଭୀତ ହେବାର କିଛି ନାହିଁ। ଆଉ କିଛି ଦିନ ମଧ୍ୟରେ ଅଡିଟ ସରିଯିବ ।

   Related Posts