ତୃତୀୟ ଲହର ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ତିନୋଟି ଦିଗ ଉପରେ ରହିବ ଫୋକସ୍

Published By : Prameya-News7 Bureau | July 05, 2021 IST

ଭୁବନେଶ୍ୱର ୦୫।୦୭: ଆମେ ତୃତୀୟ ଲହର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ତାହା ଆସୁ ନ ଆସୁ  ମାତ୍ର ଆମେ ଆଉ ଗୋଟିଏ ଲହର ପାଇଁ ପ୍ରସ୍ତୁତ ହୋଇ ରହିବୁ । ଏହାର ମୁକାବିଲା ପାଇଁ ତିନୋଟି ଦିଗ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକ ରହିଛି । ଭ୍ୟାକ୍ସିନେସନ ବଢ଼ାଇବା, ସର୍ଭିଲାନ୍ସ ଜାରି ରଖିବା ଆଉ ଭିତ୍ତିଭୂମି ପ୍ରସ୍ତୁତ ରଖିବା ଏହା ଆମର ପ୍ରାଥମିକ ଲକ୍ଷ୍ୟ । ଫୋକସରେ ରହିବ ଶିଶୁ ମାନଙ୍କ ଚିକିତ୍ସା ରହିବ । ସେ ଦିଗରେ ଟ୍ରେନିଂ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ,  ମୃତ୍ୟୁ ସଂଖ୍ୟା ଏମିତି ଏବେ କିଛି ଦିନ ରହିବ । ଜିଲ୍ଲା ସ୍ତରରେ ଅଡ଼ିଟ ରିପୋର୍ଟ ଆସିବା ପରେ ଆମେ କହି ପାରିବା କେଉଁ ଦିନ କେତେ ମୃତ୍ୟୁ ହେଉଛି । ଏବେ ବି ୪୫୦ ରୋଗୀ ଆଇସିୟୁରେ ଅଛନ୍ତି । ଭେଣ୍ଟିଲେଟରେ ରହୁଥିବା ରୋଗୀ ମୃତ୍ୟୁ ସମ୍ଭାବନା ୯୦ ରୁ ୯୨ ପ୍ରତିଶତ ରହିଛି  । ଏବେ ବି ୫୫ ରୁ ୬୦ ଲୋକ ଭେଣ୍ଟିଲେଟରରେ ଅଛନ୍ତି ।  ଆଇସିୟୁରୁ ୩୦ ପ୍ରତିଶତ ରୋଗୀ ଭେଣ୍ଟିଲେଟରକୁ ଯାଆନ୍ତି । ଯେତେ ପର୍ଯ୍ୟନ୍ତ ରୋଗୀ କ୍ରିଟିକାଲ ଅଛନ୍ତି, ସେପର୍ଯ୍ୟନ୍ତ ଆମର ମୃତ୍ୟୁ ସଂଖ୍ୟା ଏମିତି ରହିବ ।

ସେହିପରି ଆମର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ କରୋନା ବିଳମ୍ବରେ ପିକ ହୋଇଥିଲା । ପଶ୍ଚିମ  ଓଡିଶାରେ ଏବେ ସ୍ଥିତିରେ ସୁଧାର ଆସିଛି । ଉପକୂଳରେ ବି ଜୁଲାଇ ୨ୟ ସପ୍ତାହ ବେଳକୁ କମିବ ବୋଲି ଆଶା କରାଯାଉଛି । ଆମେ କେନ୍ଦ୍ରୀୟ ଟିମଙ୍କୁ ଜିଲ୍ଲାର ରିପୋର୍ଟ ଦେବୁ । ତାହା ପରେ ସେ କେଉଁଠିକୁ ଯିବେ ତାହା ତାଙ୍କ ଉପରେ ନିର୍ଭର କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.