Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ତୃତୀୟ ଲହର ପୂର୍ବରୁ ଅଧିକରୁ ଅଧିକ ଟିକାକରଣ ଲକ୍ଷ୍ୟ, ସୋମବାର ୩ ଲକ୍ଷରୁ ବେଶୀ ଲୋକଙ୍କୁ ଦିଆଯାଇଛି ଟିକା

22/06/2021 at 12:05 PM

ଭୁବନେଶ୍ୱର ୨୨।୦୬: ତୃତୀୟ ଲହର ଆସିବା ପୂର୍ବରୁ ଅଧିକରୁ ଅଧିକ ଲୋକଙ୍କୁ ଟିକା କରଣ କରିବା ପାଇଁ ଲକ୍ଷ୍ୟ ରଖିଛୁ । ସୋମବାର ୧୬୧୩ ଟି କେନ୍ଦ୍ରରେ ୩ ଲକ୍ଷ ୩୨ ହଜାର ୭୧୭ ଜଣଙ୍କୁ ଟିକା କରଣ କରାଯାଇଛି । ରାଜ୍ୟରେ ଆଜି ସୁଦ୍ଧା ୧ କୋଟିରୁ ଅଧିକ ଟୀକା କରଣ ହୋଇସାରିଛି । ତେବେ ରାଜ୍ୟର ବର୍ତ୍ତମାନ କୋଭିସିଲିଡ଼ ଟୀକା ୬ ଲକ୍ଷ ୯୮ ହଜାର ଓ କୋଭାକ୍ସିନ ଟୀକା ୪ ଲକ୍ଷ ୩୦ ହଜାର ମହଜୁଦ ରହିଛି । ମଙ୍ଗଳବାର ଦିନ ମଧ୍ୟ ରାଜ୍ୟରେ ୧ ଲକ୍ଷ ୭୪ ହଜାର ୪୬୦ କୋଭିସିଲିଡ଼ ଟୀକା ପହଞ୍ଚିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପରିବର୍ତିତ ଟିକା କରଣ ନୀତି ଲାଗୁ ହେବା ପରେ ଘରୋଇ ହସ୍ପିଟାଲ ଗୁଡିକ ସର୍ଭିସ ଚାର୍ଜ ନେଇ ଦେଉଥିବା ଟିକାକୁ ବନ୍ଦ କରି ଦିଆଯାଇଛି । ଘରୋଇ ହସ୍ପିଟାଲ ଗୁଡିକ ଚାହିଁଲେ ଆଜିଠୁ ସିଧାସଳଖ ଭ୍ୟାକ୍ସିନ ପ୍ରସ୍ତୁତ କାରୀ କମ୍ପାନୀ ଠୁ ଟିକା କିଣି ଦେଇପାରିବେ । ସରକାର ଯେଉଁ ଦର ଧାର୍ଯ୍ୟ କରିଛନ୍ତି ସେହି ଦର ଅନୁଯାୟୀ ଟିକା କରଣ କରିବେ । କୋଭିସିଲିଡ଼ ଟୀକା ୭୮୦ଟଙ୍କା ଓ କୋଭାକ୍ସିନ ଟୀକା ୧୪୧୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହି ଦର ଅନୁଯାୟୀ ସେମାନେ ଟିକା କରଣ କରିପାରିବେ ।

   Related Posts