ଟିକା କାମ ଦେଉଛି କି ନାହିଁ ? କରାଯିବ ତର୍ଜମା

Published By : Prameya-News7 Bureau | June 17, 2021 IST

ଭୁବନେଶ୍ୱର ୧୭।୦୬:  ଟିକା କେତେ ଫଳପ୍ରଦ ହେଉଛି ସେନେଇ ତର୍ଜମା କରାଯିବ। ଟିକା ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି , କେତେ ଭଲ ହେଉଛନ୍ତି ଓ କେତେ ଗୁରୁତର ହେଉଛନ୍ତି ।  ସେ ନେଇ ସବୁ ସ୍ଥାନରେ ତର୍ଜମା ଆରମ୍ଭ ହେଲାଣି,  ଆମେ ବି ଆରମ୍ଭ କରିବୁ। ଏହି ପ୍ରକ୍ରିୟା ସମୟ ସାପେକ୍ଷ।ତେବେ ସବୁ ଟିକାର ପ୍ରୋଟେକ୍ସନ ୭୧-୯୧% ରହୁଛି ବୋଲି  ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଯେଉଁ ଜିଲ୍ଲାରେ ଏବେ ଅଧିକ ସଂକ୍ରମଣ ରହିଛି । ସେଠାରେ  ଆକ୍ରାନ୍ତଙ୍କୁ ଖୋଜି ବାହାର କରିବା ମୁଖ୍ୟ ଷ୍ଟ୍ରାଟେଜି। ସର୍ଭେଲାନ୍ସ କରି ଚିହ୍ନଟ କରିବା, କଣ୍ଟାକ୍ଟ ଟ୍ରେସିଂ ଓ ଆଇସୋଲେଟ କରି ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର।ଅଧିକ ବାହାରୁଥିବା ସ୍ଥାନକୁ କଣ୍ଟେନମେଣ୍ଟ କରାଯିବ।କରୋନା ନିୟନ୍ତ୍ରଣ ପାଇଁ ସରକାର ବହୁତ ଚେଷ୍ଟା କରୁଛନ୍ତି। ଏଥିପାଇଁ ଲୋକଙ୍କ ସହଯୋଗ ଦରକାର।

ତେବେ ଅନଲକ ହୋଇଗଲା ଭାବିକି ଲୋକ ଢିଲା ନହେବା ଉଚିତ।କୋଭିଡ ନିୟମ ସଠିକ ଭାବେ ଅନୁପାଳନ ନ କଲେ ସରକାର ଚେଷ୍ଟା ସମ୍ପୂର୍ଣ୍ଣ ସଫଳ ହେବନି।ପଶ୍ଚିମ ଓଡ଼ିଶାରେ ଆଗ ଆରମ୍ଭ ହୋଇଥିବାରୁ ସେଠାରେ ଆଗ କମିଲା। ଆଶା କରାଯାଉଛି  ଏହି ମାସ ଶେଷ ସୁଦ୍ଧା ଆମେ ଭଲ ସ୍ଥିତିରେ ରହିବା ।ଆଇସିୟୁରେ ଏବେ ବି ୫୪ ପ୍ରତିଶତ ଓ ଭେଣ୍ଟିଲେଟରରେ ୫୬  ପ୍ରତିଶତ ରୋଗୀ ଅଛନ୍ତି। ଅଧିକ ଦିନର ରୋଗୀ ଥିବାରୁ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି। ଏବେ ନୂଆ ରୋଗୀ ଆଇସିୟୁରେ ଆଡ଼ମିଶନ ସଂଖ୍ୟ ବହୁତ କମ୍।ମେଡିକାଲ କଲେଜରେ ଇକମୋ ମେସିନ ଲଗାଇବ  ନେଇ ପ୍ରକ୍ରିୟା ଚାଲିଛି। ଏମ୍‌ସରେ ଏହି ମାସ ଶେଷ ସୁଦ୍ଧା ଲାଗିପାରେ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.