Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ କୋଭିଡ଼ର ତୃତୀୟ ଲହର : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କଲେ ସାବଧାନ, କିନ୍ତୁ କହିଲେ ଆମେ ମୁକାବିଲା ପାଇଁ ଆରମ୍ଭ କରିଛୁ ପ୍ରସ୍ତୁତି

9/06/2021 at 1:21 PM

ଭୁବନେଶ୍ୱର ୦୯।୦୬: ଆଉ ୨ ମାସ ପରେ ଆସିପାରେ କରୋନାର ୩ୟ ଲହରୀ । ଚଳିତ ବର୍ଷ ସେପ୍ଟେମ୍ବର , ଅକ୍ଟୋବର ମାସରେ ଆସିପାରେ କରୋନାର ତୃତୀୟ ଲହରୀ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଖବର ଅନୁଯାୟୀ, ସ୍ଵାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ତୃତୀୟ ଲହର ସେପ୍ଟେମ୍ବର ଓ ଅକ୍ଟୋବର ମାସ ବେଳକୁ ଆସିପାରେ । ଏହି ତୃତୀୟ ଲହରରେ ଶିଶୁ ମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ସେଥିପାଇଁ ଆମେ ପ୍ରସ୍ତୁତି ଆରମ୍ଭ କରିଛୁ । ଛୋଟ ଶିଶୁ ମାନଙ୍କର ଚିକିତ୍ସା ଅନ୍ୟ ରୋଗୀଙ୍କ ଅପେକ୍ଷା ଭିନ୍ନ ହୋଇଥିବାରୁ ତାଙ୍କ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ । ସେଥିପାଇଁ ଏବେଠୁ ଆମେ ଡାକ୍ତର ମାନଙ୍କୁ ଟ୍ରେନିଂ ଦେବା ସହ ଜେନେରାଲ ଓ ଆଇସିୟୁ ବେଡ଼ ମଧ୍ୟ ପ୍ରସ୍ତୁତ କରି ରଖୁଛୁ । ଦିଲ୍ଲୀ ଏମ୍ସର ନିର୍ଦେଶକ ଡ଼ ଗୁଲେରିଆ କହିଛନ୍ତି ଯେ, ଏହି ସମୟରେ ଶିଶୁ ମାନେ ବିଶେଷ ପ୍ରଭାବିତ ହେବେ ନାହଁ ବୋଲି ଜଣା ପଡିଛି ।

ସେହିପରି ରାଜ୍ୟର ଯେଉଁ ଜିଲ୍ଲାରେ ଟେଷ୍ଟ ପଜିଟିଭ ରେଟ ୫ ପ୍ରତିଶତରୁ ତଳେ ରହିଛି । ସେଠାରେ ଅନଲକ ପକ୍ରିୟାକୁ ଯାଇ କିଛି କଟକଣା କୋହଳ କରିବାକୁ ବିଚାର ବିମର୍ଶ ଚାଲିଛି । ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ।

   Related Posts