Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଅନ୍ୟ ଭାରିଆଣ୍ଟଠୁ ଓମିକ୍ରନ୍‌ ଅଧିକ ସଂକ୍ରାମକ, କିନ୍ତୁ ଲକ୍ଷଣ କମ୍‌

8/12/2021 at 12:32 PM

ଭୁବନେଶ୍ୱର ୦୮।୧୨ : କୋଭିଡ ପାଇଁ ଯେମିତି ସତର୍କତା ଅବଲମ୍ବନ କରାଯାଉଛି । ସେମିତି ଓମିକ୍ରନ୍ ଭାରିଆଣ୍ଟ ପାଇଁ ସତର୍କ ରହିବା ଆବଶ୍ୟକ । ଟେକ୍ନିକାଲ ଏବଂ କମ୍ୟୁନିଟି କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆମକୁ ସତର୍କତା ସହିତ ରହିବାକୁ ପଡିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିଛି ଯେ, ଯେଉଁମାନେ ଭ୍ୟାକ୍ସିନ ନେଇନାହାନ୍ତି । ସେମାନଙ୍କ ପାଇଁ ଅଧିକ ରିସ୍କ ରହିଛି । ଶିଶୁ ମାନେ ମଧ୍ୟ ରିସ୍କ ଜୋନରେ ଅଛନ୍ତି । ସେଥିପାଇଁ ସିଏଚସି ଏବଂ ପିଏଚସିରେ ପେଡିଆଟ୍ରିକ ମ୍ୟାନେଜମେଣ୍ଟ କରିବାକୁ ବ୍ୟବସ୍ଥା କରାଯାଇଛି । ଏଚଡିୟୁ ଏବଂ ଆଇସିୟୁ ବ୍ୟବସ୍ଥା କରାଯାଉଛି । ଶିଶୁ ମାନଙ୍କ ଚିକିତ୍ସା ପାଇଁ ଭିନ୍ନ ଗାଇଡ଼ଲାଇନ ରହିଛି । ତେଣୁ ସ୍ବାସ୍ଥ୍ଯକର୍ମୀ ମାନଙ୍କୁ ତାଲିମ ଦିଆଯାଉଛି ।

ସେହିପରି ଓମିକ୍ରନ ଭାରିଆଣ୍ଟର ସଂକ୍ରାମକ କ୍ଷମତା ଅନ୍ୟ ଭାରିଆଣ୍ଟ ଠାରୁ ଅଧିକ । ଓମିକ୍ରନ ସଂକ୍ରମଣରେ ଲକ୍ଷଣ କମ୍ ।  ଆକ୍ରାନ୍ତ ଅଧିକ ଗୁରୁତର ହେଉନାହାନ୍ତି, ଏବେ ଯାଏଁ ଓମିକ୍ରନରେ ମୃତ୍ୟୁ ସଂଖ୍ୟା ଶୁନ୍‌ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ତେବେ ପଜିଟିଭ୍ ହୋଇଥିବା ୪ ବିଦେଶ ଫେରନ୍ତା ଲକ୍ଷଣ ବିହୀନ । ସେମାନଙ୍କ ଜିନମ ସିକ୍ୟୁଏନ୍‌ସି ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ।

   Related Posts