Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବିଜୟ ମାଲ୍ୟାଙ୍କ ଟ୍ୱିଟ୍ – ଲକଡାଉନ ଯୋଗୁଁ ସବୁ କାମ ଠପ୍, ସମସ୍ତ ଟଙ୍କା ଫେରସ୍ତ ପାଇଁ ପ୍ରସ୍ତୁତ

31/03/2020 at 11:06 AM

ନୂଆଦିଲ୍ଲୀ ୩୧/୦୩ : ଭାରତରେ ପଳାତକ ଘୋଷିତ ବିଜୟ ମାଲ୍ୟା ପୁଣିଥରେ ତାଙ୍କର ସମସ୍ତ ଋଣ ଫେରସ୍ତ ବିଷୟରେ କହିଛନ୍ତି। ଏନେଇ ବିଜୟ ମାଲ୍ୟା ଟ୍ୱିଟରରେ ଏପରି ଅପିଲ କରିଛନ୍ତି କିନ୍ତୁ ବ୍ୟାଙ୍କ ଏବଂ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏଥିରେ ସାହାଯ୍ୟ କରୁନାହାଁନ୍ତି ବୋଲି କହିଛନ୍ତି। ଏହି ସମୟ ମଧ୍ୟରେ ଭାରତରେ କରୋନା ଭାଇରସ ସଙ୍କଟ ଯୋଗୁଁ ଲକଡାଉନକୁ ନେଇ ବିଜୟ ମାଲ୍ୟା ଅଭିଯୋଗ କରିଛନ୍ତି।

ମଦ ବ୍ୟବସାୟୀ ବିଜୟ ମାଲ୍ୟା ଲେଖିଛନ୍ତି, “ଭାରତ ସରକାର ସମଗ୍ର ଦେଶକୁ ଲକଡାଉନ କରି ଦେଇଛନ୍ତି, ଯାହା କେହି ଭାବିନଥିଲେ। ସରକାରଙ୍କ ଏହି ନିଷ୍ପତ୍ତିକୁ ସମ୍ମାନ କରୁଛି କିନ୍ତୁ ଏହି କାରଣରୁ ମୋର ସମସ୍ତ କମ୍ପାନୀର କାମ ଠପ ହୋଇଯାଇଛି | ସମସ୍ତ ପ୍ରକାର ଉତ୍ପାଦନ ମଧ୍ୟ ବନ୍ଦ ଅଛି | ଏହା ସତ୍ୱେ ଆମେ ଆମର କର୍ମଚାରୀମାନଙ୍କୁ ଘରକୁ ପଠାଉ ନାହୁଁ ଏବଂ ତାଙ୍କୁ ଦରମା ଦେଉଛୁ | ତେଣୁ ସରକାର ଆମକୁ ସାହାଯ୍ୟ କରିବାକୁ ପଡ଼ିବ |”

ଏହା ବ୍ୟତୀତ ବିଜୟ ମାଲ୍ୟା ଲେଖିଛନ୍ତି ଯେ, ସେ ଅନେକ ଥର ଏଭଳି ଅଫର ଦେଇଛନ୍ତି ଯେ ସେ ବ୍ୟାଙ୍କର ସମସ୍ତ ଟଙ୍କା ଫେରସ୍ତ କରିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ବ୍ୟାଙ୍କଗୁଡ଼ିକ ଟଙ୍କା ନେବାକୁ ପ୍ରସ୍ତୁତ ନୁହଁନ୍ତି କିମ୍ବା ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ସାହାଯ୍ୟ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଏହି ସଙ୍କଟ ସମୟରେ ଅର୍ଥମନ୍ତ୍ରୀ ତାଙ୍କ କଥା ଶୁଣିବେ ବୋଲି ସେ ଆଶା କରିଛନ୍ତି ।ବିଜୟ ମାଲ୍ୟା ଟ୍ୱିଟର ମାଧ୍ୟମରେ ଟଙ୍କା ଫେରସ୍ତ କରିବାକୁ ଅପିଲ କରିଥିବା ଏହା ପ୍ରଥମଥର ନୁହେଁ। ଏହାପୂର୍ବରୁ ମଧ୍ୟ ସେ ଏଭଳି ଅଫର ଦେଇଛନ୍ତି | କିନ୍ତୁ ସେ ନିଜେ ଭାରତ ଆସିବାକୁ ପ୍ରସ୍ତୁତ ନୁହଁନ୍ତି ଏବଂ ଗତ ଚାରି ବର୍ଷ ଧରି ଲଣ୍ଡନରେ ଅଛନ୍ତି।

ସୂଚନାଯୋଗ୍ୟ ଯେ, ବିଜୟ ମାଲ୍ୟା ନିଜର ଋଣ ପରିଶୋଧ କରିବାରେ ବିଫଳ ହେବା ପରେ ୨୦୧୬ ମସିହା ମାର୍ଚ୍ଚ ୨ ତାରିଖରେ ଭାରତରୁ ପଳାୟନ କରିଥିଲା । ସେ ବର୍ତ୍ତମାନ କିଙ୍ଗଫିସର ଏୟାରଲାଇନ୍ସର ପରିଚାଳନା ପାଇଁ ଏହି ଋଣ ନେଇଥିଲେ। ମାଲ୍ୟା ବିରୋଧରେ ଲଣ୍ଡନ କୋର୍ଟରେ ମାମଲା ଚାଲିଛି ଏବଂ ସେଠାରେ ସେ ଜାମିନରେ ଅଛନ୍ତି।

   Related Posts