ପୁରୀ ପାଇଁ ଓଡିଶା ବାହାରୁ ହେଉଛି ଷଡଯଂତ୍ର: ବିଜୟ ମହାପାତ୍ର
8/10/2018 at 2:39 PM

ଭୁବନେଶ୍ବର୮|୧୦ବରିଷ୍ଠ ନେତା ବିଜୟ ମହାପାତ୍ର ପୁରୀ ବଂଦବେଳେ ହିଂସାକାଣ୍ଡ ସମ୍ପର୍କରେ ଗୁରୁତର ଅଭିଯୋଗ ଆଣିଛନ୍ତି ।ସଙ୍କଟରେ ଜଗନ୍ନାଥ ଆଉ ଓଡ଼ିଶା ବାହାରୁ ହେଉଛି ଷଡଯନ୍ତ୍ର ବୋଲି ବିଜୟ କହିଛନ୍ତି। ଶ୍ରୀମନ୍ଦିରରେ ଧାଡି ଦର୍ଶନର କିଛି ଆବଶ୍ୟକତା ନାହିଁ ବୋଲି ସେ କହିଓଛନ୍ତି। ଆମିକସ୍ କ୍ୟୁରୀ ଆସିଲେ ସେ ନିଜେ ତାଙ୍କ ସହ କଥା ହେବେ ବୋଲି ବିଜୟ କହିଛନ୍ତି। ଜଗନ୍ନାଥ ମନ୍ଦିରକୁ ନେଇ ରାଜନୀତି କରା ନଯାଉ । ଗଣ୍ଡଗୋଳ ପଛରେ ଯାହାର ହାତ ଅଛି ସେମାନଙ୍କୁ ଗିରଫ କରାଯାଉ ବୋଲି ବିଜୟ ଦାବି କରିଛନ୍ତି। ପ୍ରଶାସନର ଏକପାଖିଆ ନିଷ୍ପତ୍ତି ପାଇଁ ବଡଦାଣ୍ଡ ରକ୍ତଦାଣ୍ଡ ହେଲା ।ପ୍ରଶାସନ ଚାହିଁଥିଲେ ଏହାକୁ ରୋକାଯାଇ ପାରିଥାନ୍ତା ବୋଲି ବିଜୟ ମହାପାତ୍ର କହିଛନ୍ତି।