ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ସମର୍ଥକ ମଧ୍ୟ ଆରମ୍ଭ କଲେ ବିଜେପି ଛାଡିବା: କେନ୍ଦ୍ରାପଡ଼ାରେ ୧୦ସରପଞ୍ଚ ୧୨ସମିତି ସଭ୍ୟ ଓ ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ ବିଜେପି କର୍ମୀ ଦଳକୁ କଲେ ଅଲବିଦା

Published By : Prameya-News7 Bureau | December 02, 2018 IST

ଭୁବନେଶ୍ବର୨|୧୨: ସମର୍ଥକଙ୍କ ମତାମତ ନେଉଛନ୍ତି ନବଦାସ। ସେ ଦଳ ଛାଡ଼ିବେ।  ସେପଟେ ନେତା ଦଳ ଛାଡ଼ିଦେବା ପରେ ଏବେ ସମର୍ଥକମାନେ ମଧ୍ୟ ଛାଡ଼ିଛନ୍ତି ଦଳ। ଆମେ କହୁଛୁ ବିଜୟ ଦିଲ୍ଲୀପଙ୍କ ସମର୍ଥକଙ୍କ କଥା। ନିଜ ନିଜ ଅଞ୍ଚଳରେ ବିଜେପିକୁ ଏମାନେ ବାଏ ବାଏ କରିଛନ୍ତି। କେନ୍ଦ୍ରାପଡ଼ାରେ ୧୦ ସରପଞ୍ଚ ୧୨ ସମିତି ସଭ୍ୟ ଓ ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ ବିଜେପି କର୍ମୀ ଦଳକୁ କଲେ ଅଲବିଦା। ସୁନ୍ଦରଗଡ଼ରେ ୫ଶହ ବିଜେପି କର୍ମୀ ବି ପଦ୍ମ ସହ ସଂପର୍କ ତୁଟାଇଛନ୍ତି। ଆଜି ମାର୍ଶାଘାଇରେ ବିଜୟ ସେନା ଏକ ସାମ୍ବାଦିକ ସମ୍ମିଳନୀ କରି ମାର୍ଶାଘାଈ ଓ ମହାକାଳପଡା ବ୍ଲକରୁ ସେମାନେ ବିଜେପି ଛାଡ଼ିଥିବା ସୂଚନା ଦେଇଛନ୍ତି। ସମ୍ମିଳନୀରେ ବିଜୟ ମହାପାତ୍ରଙ୍କ ସମର୍ଥନରେ ଚାଲିଥିଲା ସ୍ଲୋଗାନ। ସେପଟେ ରାଉରକେଲାରେ ୱାର୍ଡ ଅନୁସାରେ ଦିଲ୍ଲୀପ ସମର୍ଥକମାନେ ବିଜେପି ଛାଡ଼ିବା ଆରମ୍ଭ କରିଛନ୍ତି। ଦିଲ୍ଲୀପ ରାୟଙ୍କ ପୋଷ୍ଟର ଧରି ସ୍ଲୋଗାନ ଦେଇଥିଲେ । ୟେ ତୋ ହୋନା ହିଁ ଥା । ନେତା ଯିବା ପରେ କର୍ମୀ ତ ବାଏ ବାଏ କରିବେ। ତେବେ ପ୍ରଶ୍ନ ଉଠୁଛି ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଏହି କର୍ମୀମାନେ ନିର୍ବାଚନୀ ଫଳ ଓଲଟପାଲଟ କରିବାର ସାମର୍ଥ୍ୟ ରଖିଛନ୍ତି କି। ଦଳ ଛାଡ଼ିବା ପରେ ବିଜୟ ଏବଂ ଦିଲ୍ଲୀପ କୁଆଡ଼େ ଯିବେ ସେନେଇ କିଛି ଘୋଷଣା କରିନାହାନ୍ତି। ତେଣୁ ଦୀର୍ଘଦିନ ଧରି ନେତାଙ୍କ ସହିତ ଦଳ ବଦଳେଇ ବଦଳେଇ ସ୍ଥାନୀୟ ଅଞ୍ଚଳର ଏହି କର୍ମୀମାନେ ଅପରପକ୍ଷର କର୍ମୀଙ୍କ ସହିତ ଖାପ ଖୁଆଇପାରିବେ ତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.