ନୂଆ ପୋଲିସ ଡିଜି ଦାୟିତ୍ବରେ ବିଜୟ କୁମାର ଶର୍ମା
7/08/2019 at 7:33 PM

ଭୁବନେଶ୍ବର ୭/୮: ନୂଆ ପୋଲିସ ଡିଜି ଇନଚାର୍ଜ ଦାୟିତ୍ବରେ ରହିଲେ ବିଜୟ କୁମାର ଶର୍ମା । ଡିଜି ପଦରେ ଥିବା ଆର ପି ଶର୍ମା ଲୋକାୟୁକ୍ତ ସଦସ୍ୟ ଭାବେ ଦାଇତ୍ବ ନେବାକୁ ଯାଉଥିବାରୁ ତାଙ୍କ ସ୍ଥାନରେ କିଏ ନୂଆ ଡିଜି ହେବେ ସେନେଇ କଳ୍ପନା ଜଳ୍ପନା ପାଉଥିଲା । ଏବେ ବିଜୟ ଶର୍ମାଙ୍କୁ ଇନଚାର୍ଜ ଡିଜି ଦାଇତ୍ବ ମିଳିଥିଲେ ବି ସେ ଆଗକୁ ଡିଜି ପୋଲିସ ଭାବେ ଦାଇତ୍ବ ତୁଲାଇବା ସ୍ପଷ୍ଟ ହୋଇଯାଇଛି । ଯେହେତୁ ଆର ପି ଶର୍ମାଙ୍କ ଇସ୍ତଫା ଏପର୍ଯ୍ୟନ୍ତ ଗୃହିତ ହୋଇନି ସେଥିପାଇଁ ବିଜୟ ଶର୍ମାଙ୍କୁ ଇନଚାର୍ଯ୍ୟ ଡିଜିପି ଭାବେ ରଖାଯାଇଛି ।
ଏବେ ବିଜୟ ଶର୍ମା ନୂଆ ଦାଇତ୍ବ ନେବା ପରେ ଖୁବଶିଘ୍ର ଆଇପିଏସ୍ ସ୍ତରରେ ବଡ ଅଦଳ ହେବ । ସେହିଭଳି ମୁଖ୍ୟ ଶାସନ ସଚିବ ପଦରେ ଥିବା ଆଦିତ୍ୟ ପ୍ରସାଦ ପାଢି ବି ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି ଚର୍ଚା ଜୋର ଧରିଛି । ତାଙ୍କୁ ରାଜ୍ୟ ନିର୍ବାଚନ କମିଶନ ଭାବେ ନୂଆ ପଦରେ ବସାଯାଇପାରେ ।
ଏହା ହେଲେ ଡେଭଲପମେଣ୍ଟ କମିଶନର ଥିବା ଅସିତ୍ ତ୍ରୀପାଠୀ ମୁଖ୍ୟ ଶାସନ ସଚିବ ପଦ ସମ୍ଭାଳିପାରନ୍ତି ବୋଲି ଚର୍ଚା ହେଉଛି । ଖୁବ୍ ଶିଘ୍ର ଏଭଳି କିଛି ନିସ୍ପତି ନେବାକୁ ଯାଉଛନ୍ତି ସରକାର । ଏହା ହେଲେ ସଚିବ ସ୍ତରରେ ମଧ୍ୟ ବଡ ଧରଣର ଅଦଳବଦଳ ହେବ । ନିର୍ବାଚନ ପରେ ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବ ପଦରେ ଅଦଳ ବଦଳ ହେବ ବୋଲି ଚର୍ଚା ଜୋର ଧରିଥିଲା ।