କରୋନା କଟକଣା ପାଇଁ ପ୍ରତୀକାତ୍ମକ ଭାବେ ହେବ ବିଜୟା ଦଶମୀ ମହୋତ୍ସବ

Published By : Prameya-News7 Bureau | April 20, 2021 IST

ଭଦ୍ରକ, ୨୦/୦୪ : ଶ୍ରୀ ରାମ ନବମୀ ଉପଲକ୍ଷେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ବିଜୟା ଦଶମୀ ମହୋତ୍ସବ ପାଳିତ ହେଉଛି । ଧାମନଗର ବ୍ଲକରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ବିଜୟା ଦଶମୀ ମହୋତ୍ସବ । ଏହି ମହୋତ୍ସବ ପାଇଁ କୋଭିଡ କଟକଣାକୁ ପାଳନ କରାଯାଉଥିବା ବେଳେ ଏଥର ପୂର୍ବରୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବାତିଲ କରାଯାଇଛି ।

ଯଜ୍ଞ ପାଇଁ ଆୟୋଜିତ ହେବାକୁ ଥିବା କଳସ ଶୋଭାଯାତ୍ରାରେ ୧୦୮ ମହିଳାଙ୍କ ବଦଳରେ ମାତ୍ର ୨୧ ଜଣ ମହିଳାଙ୍କୁ ନେଇ କଳସ ଶୋଭାଯାତ୍ରା ଆୟୋଜିତ ହୋଇଛି । ଅନ୍ୟପଟେ ଆୟୋଜିତ ହେବାକୁ ଥିବା ବିଶାଳ ଶୋଭାଯାତ୍ରାକୁ ମଧ୍ୟ ବାତିଲ କରାଯାଇଛି । ପ୍ରତୀକାତ୍ମକ ଭାବେ ମାତ୍ର ଗୋଟିଏ ସଙ୍କୀର୍ତ୍ତନ ଦଳ ସହର ପରିକ୍ରମା କରିବ । ତେବେ ଏଥିପାଇଁ ଧାମନଗର ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.