ବୈଶାଳୀଙ୍କ ହାତ ଧରିଲେ ଅଲରାଉଣ୍ଡର ବିଜୟ ଶଙ୍କର, ଦେଖନ୍ତୁ ଫଟୋ

Published By : Prameya-News7 Bureau | January 28, 2021 IST

ନୂଆଦିଲ୍ଲୀ,୨୮/୦୧: ଭାରତୀୟ ଦଳର ଅଲରାଉଣ୍ଡର ବିଜୟ ଶଙ୍କର ବୁଧବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ବୈଶାଳୀ ବିଶ୍ୱେସ୍ୱରନଙ୍କୁ ବିବାହ କରିଛନ୍ତି । କରୋନା ଭାଇରସର ମହାମାରୀ ମଧ୍ୟରେ ବିଜୟ କିଛି ଦିନ ତଳେ ନିର୍ବନ୍ଧ କରିଥିଲେ ଓ ବୁଧବାର ବିବାହ କରିଛନ୍ତି । ବିଜୟଙ୍କ ବିବାହର ଫଟୋ ସନରାଇଜର୍ସ ହାଇଦ୍ରାବାଦ ସେୟାର କରିବା ସହ ନବଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇଛି । ସନରାଇଜର୍ସ ନିଜର ଟ୍ୱିଟର ଆକାଉଣ୍ଟରେ ଉଭୟଙ୍କ ବିବାହ ଫଟୋ ପୋଷ୍ଟ କରିବା ସହ ଶୁଭକାମନା ଜଣାଇଛି ।

wp:html /wp:html

ବିଜୟ ଶଙ୍କର ଗତ ବର୍ଷ ଅଗଷ୍ଟରେ ନିଜ ଇନଷ୍ଟାଗ୍ରାମ ପେଜରେ ନିର୍ବନ୍ଧ ବାବଦରେ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ । ଏହାସହ ସେ ବୈଶାଳୀଙ୍କ ସହ ମୁଦି ପିନ୍ଧାଉଥିବା ଫଟୋ ପୋଷ୍ଟ କରିଥିଲେ । ଏହି ଫଟୋରେ କେଏଳ ରାହୁଲ, ଓ୍ୱାଇ ଚହଲ, କରୁଣ ନାୟାର, ଅଭିନବ ମୁକୁନ୍ଦ ଓ ଅନ୍ୟ କ୍ରିକେଟରମାନେ କମେଣ୍ଚ ଦେଇ ଶୁଭେଚ୍ଛା ଜଣାଇଥିଲେ ।

wp:html
/wp:html

୩୦ ବର୍ଷୀୟ ଏହି ଅଲରାଉଣ୍ଡରଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳରେ ସାମିଲ କରାଯାଇ ନଥିଲା । ଶଙ୍କର ୨୦୧୮ରେ ଶ୍ରୀଲଙ୍କା ବିପକ୍ଷରେ ଟି୨୦ ଦଳରେ ପଦାର୍ପଣ କରିଥିଲେ । ୨୦୧୯ରେ ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ୱକପରେ ମଧ୍ୟ ସେ ସ୍ଥାନ ପାଇଥିଲେ ।

wp:html
/wp:html

ତାଙ୍କ ବିବାହର କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୂଚନାଯୋଗ୍ୟ, ବିଜୟ ୨୦୨୧ରେ ସନରାଇଜର୍ସ ତରଫରୁ ଆଇପିଏଲ ଖେଳିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.