Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ବୁଧବାର ରାଜ୍ୟରେ ରେକର୍ଡ ସଂଖ୍ୟକ ଟିକାକରଣ, ଦିଆଯାଇଛି ୪ ଲକ୍ଷ ୫ ହଜାର ଟିକା

23/09/2021 at 11:45 AM

ଭୁବନେଶ୍ୱର ୨୩।୦୯: ରାଜ୍ୟରେ କରୋନା ବିରୋଧୀ ଲଢେଇକୁ ଜୋରଦାର କରାଯାଇଛି । ଲଗାତର ଭାବେ ଟିକାଦାନ କ୍ଷମତାକୁ ବୃଦ୍ଧି କରାଯାଉଛି । ଏହିପ୍ରରିପେକ୍ଷୀରେ ବୁଧବାର ଦିନ ୪ଲକ୍ଷ ୫ହଜାର ଡୋଜ ଦିଆହୋଇଛି। ଦ୍ଵିତୀୟ ଡୋଜଜୁ ମିଶାଇଲେ ୨ କୋଟି ୮୭ ଲକ୍ଷ ଡୋଜ ଦିଆସରିଛି। ସେଥିରୁ ୨ କୋଟି ୧୦ଲକ୍ଷ ପ୍ରଥମ ଡୋଜ ଓ ୭୭ ଲକ୍ଷ ଦ୍ଵିତୀୟ ଡୋଜ ଦିଆହୋଇଛି। ୬୭ ପ୍ରତିଶତ ଲୋକ ପ୍ରଥମ ଡୋଜ ପାଇଛନ୍ତି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତିକି ଟୀକାକରଣ ବାକି ଅଛି, ସେଥିରୁ ୭୨ ପ୍ରତିଶତ ଦ୍ଵିତୀୟ ଡୋଜ ପାଇସାରିଲେଣି। ଯିଏ ପାଇଁ ନାହାନ୍ତି, ସେମାନଙ୍କ ଜିଲ୍ଲାସ୍ତରୀୟ ତାଲିକା କରାଯାଇଛି। ସମ୍ମୁଖ ଯୋଦ୍ଧାମାନେ ସେମାନଙ୍କୁ ଟୀକାକରଣ କେନ୍ଦ୍ରକୁ ଆଣିବ। ଆଜି ୧୮୦୦ ଟୀକାକରଣ ସେସନ ଚାଲିଛି। ଆଜି ୪ ଲକ୍ଷରୁ ଅଧିକ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଟୀକା ବି ପର୍ଯ୍ୟାପ୍ତ ପରିମାଣରେ  ମହଜୁଦ ଅଛି। କେବଳ ଆଦିବାସୀ ଅଞ୍ଚଳ ନୁହେଁ, ଅନେକ ଅଞ୍ଚଳକୁ ନେଇ ଗୋଟିଏ କଥା ଦେଖାଦେଇଛି। ଯେହେତୁ ପ୍ରଥମରୁ ଦ୍ଵିତୀୟ ଡୋଜ ୩ ମାସ ସମୟ ରହୁଛି, ସେମାନେ ଅନ୍ୟ କାମରେ ବ୍ୟସ୍ତ ରହି ଟୀକା ନେବାକୁ ଭୁଲି ଯାଉଛନ୍ତି।  ସେମାନଙ୍କୁ ଟୀକା ନେବା ପାଇଁ SMS ପଠାଯାଉଛି। ବାକି ଥିବା ୨୮ ପ୍ରତିଶତଙ୍କ ପାଖକୁ ତାଲିକା ଅନୁସାରେ ସମ୍ମୁଖଯୋଦ୍ଧା ଯାଇ ଟୀକାକରଣ କେନ୍ଦ୍ରକୁ ଆଣିବେ।

   Related Posts