ରାଜ୍ୟରେ ସ୍କୁଲ ଖୋଲିବା ଉଚିତ୍‌, ଏଥିପାଇଁ ସମସ୍ତେ ସଚେତନ ହେବା ଦରକାର-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Published By : Prameya-News7 Bureau | November 06, 2021 IST

ଭୁବନେଶ୍ୱର ୦୬।୧୧: ରାଜ୍ୟରେ ସ୍କୁଲ ଖୋଲିବା ପ୍ରସଙ୍ଗ । ପିଲାମାନଙ୍କ ଜେନେରାଲ ଇମ୍ୟୁନିଟି ଅଲଗା ରହିଥାଏ । ଯେଉଁଥି ଲାଗି ଶିଶୁଙ୍କ ଉପରେ  ସେତେଟା ପ୍ରଭାବ ରୁହେ ନାହିଁ l  ସ୍କୁଲ ଖୋଲିବା ଦରକାର କିନ୍ତୁ ନିଜେ ନିଜ ହିସାବରେ ସଚେତନ ରହିବା ଦରକାର ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଦ୍ୟାଳୟରେ ଶିକ୍ଷକ ମାନେ ସ୍ଥିତି ତଦାରଖ କରିବା ଉଚିତ୍‌ । ଅଭିଭାବକମାନେ ମଧ୍ୟ ଦାୟିତ୍ୱବାନ ହେବା ସହ ଶିଶୁ ମାନେ ନିଜେ ନିଜ ପ୍ରତି ସଚେତନ ରହିବା ଦରକାର l ବାକି ଶିଶୁଙ୍କ ଟୀକାକାରଣ ପ୍ରକ୍ରିୟା ଉଚ୍ଚସ୍ତରରେ ଅଛି, ଆମର ସବୁ ପ୍ରକାର ବ୍ୟବସ୍ଥା ପ୍ରସ୍ତୁତ ରହିଛି ।  ଫାଇନାଲ ନିର୍ଦ୍ଦେଶ ଆସିଲେ ଆମେ ଶିଶୁଙ୍କ ଟୀକାକାରଣକୁ ଯଥାଶୀଘ୍ର ଆରମ୍ଭ କରିବୁ ।

ତେବେ ପାଖାପାଖି ୭୩ ପ୍ରତିଶତ ଲୋକଙ୍କ ଦେହରେ ରୋଗପ୍ରତିରୋଧକ ଶକ୍ତି ବଢିଛି । ଦୈନିକ ପାଖାପାଖି ୭୦ ହଜାର ଟେଷ୍ଟିଙ୍ଗ କରାଯାଉଛି । ସେହିଅନୁସାରେ ଏବେ କାର୍ଯ୍ୟ ଜାରି ରହିଛି । ରାଜ୍ୟରେ ଏବେ କରୋନା ସଂକ୍ରମଣ ତଳମୁହାଁ ରହିଛି ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.