Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପାର୍ବଣରେ ଲୋକମାନେ ବାହାରେ ଭିଡ ଜମାଇଥିଲେ, ଆଗାମୀ ଦିନରେ ଏହାର ପ୍ରଭାବ ପଡିପାରେ…

16/10/2021 at 10:42 AM

ଭୁବନେଶ୍ୱର ୧୬।୧୦: ପାର୍ବଣରେ କରୋନାର ପ୍ରଭାବ ଆସନ୍ତା ୭ରୁ ୧୦ ଦିନ ଭିତରେ ଜଣାପଡିବ। ପାର୍ବଣରେ ଯେଉଁ ଭଳି ଭାବରେ ଲୋକମାନେ ଭିଡ଼ ବାହାରେ ଜମାଈଥିଲେ। ଆଗାମୀ ଦିନରେ ଏହାର ପ୍ରଭାବ ନିଶ୍ଚିନ୍ତ ଭାବରେ ପକାଇବ। ଏନେଇ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଯଦି ସେଭଳି କିଛି ସଂକ୍ରମଣ ବଢିବାର ଆଶଙ୍କା ବଢେ ।  ତେବେ ସର୍ଭେଲାନ୍ସ କୁ ଜୋରଦାର କରାଯିବ। ଗ୍ରାମାଞ୍ଚଳରେ ଆଶା ଓ ସହରାଞ୍ଚଳରେ ମୁନିସିପାଲଟି ଅଧିକାରୀ କଡା ନଜର ରଖିଛନ୍ତି। ସେଭଳି କିଛି ସଂକ୍ରମଣର ଆଭାସ ଆସିଲେ ସର୍ଭେଲାନ୍ସ କରାଯିବ। କରୋନାକୁ ନିୟନ୍ତ୍ରଣରେ ରଖିବା ପାଇଁ ଉଦ୍ୟମ ଜାରି ରହିବ ।  

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ କିଛି ଦିନ ହେଲେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଏକ ଚିନ୍ତାଜନକ ବିଷୟ । ଖାସ୍‌ କରି ପାର୍ବଣ ସମୟରେ ଲୋକମାନେ କରୋନା କଟକଣାକୁ ଠିକ୍‌ ମାନିନାହାନ୍ତି । ଯାହାକି ଆଗାମୀ ଦିନରେ ଆମକୁ ବିପଦରେ ପକାଇପାରେ । ଲୋକମାନେ ବାହାରେ ଅଯଥାରେ ଭିଡ଼ ଜମାଇଛନ୍ତି । ଏପରିକି ବାହାରକୁ ଯିବା ସମୟରେ ମୁହଁରେ ଅନେକ ମାସ୍କ ମଧ୍ୟ ପିନ୍ଧୁନାହାନ୍ତି ।

   Related Posts