Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଭିତ୍ତିଭୂମି ଓ ଅଭିଜ୍ଞତା ରହିଛି, ଗାଇଡ଼ଲାଇନ୍‌ ଆସିଲେ ଟିକାକରଣ ହେବ

13/10/2021 at 12:26 PM

ଭୁବନେଶ୍ୱର ୧୩।୧୦: କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ୍‌ ଓ ଭ୍ୟାକ୍‌ସିନ୍‌ ଆସିଲେ ୨ରୁ ୧୮ ବର୍ଷ ଛୁଆଙ୍କ ଟୀକାକରଣ ହେବ । ଟାସ୍କଫୋର୍ସର ରିପୋର୍ଟ ଅନୁସାରେ DCGI ଅନୁମୋଦନ କରିବ । ଆମେ ଶିଶୁଙ୍କୁ ଡିପିଟି  ଓ ପୋଲିଓ ସବୁବେଳେ ଦେଉଛୁ। ତେଣୁ ଆମ ପାଖରେ ଟୀକା ଦେବାକୁ ଲୋକଙ୍କ ଅଭାବ ନାହିଁ। ଭିତ୍ତିଭୂମିରେ ଆସୁବିଧା ନାହିଁ। ତେଣୁ ଟୀକା ଆସିଲେ ଦିଆଯିବ। କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ଗାଇଡ଼ଲାଇନ ଦେଇ ନାହାନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଆସିଲା ପରେ ମାଇକ୍ରୋପ୍ଲାନ କରାଯିବ।ଦୁଇ ରୁ ଅଠର ବର୍ଷ ପ୍ରାୟ ଏକ କୋଟି ଚାଳିଶ ଲକ୍ଷ ପିଲା  ଅଛନ୍ତି । ଶିଶୁ ଓ କିଶୋରଙ୍କୁ ଟିକା କେମିତି ଦିଆଯିବ, କେତେ ଦିନ ବ୍ୟବଧାନରେ ଦ୍ବିତୀୟ ଡୋଜ ଦିଆଯିବ, କେଉଁ ଗ୍ରୁପକୁ ଦିଆଯିବ ତାହା ଗାଇଡ଼ଲାଇନ ଆସିବା ପରେ ସ୍ପଷ୍ଟ ହେବ। ଆମ ପାଖରେ ଭିତ୍ତିଭୂମି ପର୍ଯ୍ୟାପ୍ତ ଅଛି। ଶିଶୁଙ୍କୁ ଟିକାକରଣ କରିବାରେ ଆମର ଅଭିଜ୍ଞତା ରହିଛି । ତେଣୁ ଟିକା ଦେବାରେ ଅସୁବିଧା ହେବ ନାହିଁ। ଯେତେବେଳେ ଟିକା ଆସିଲା କୋ ମର୍ବିଟିଜକୁ ପ୍ରାଧାନ୍ୟ ଦିଆଯାଇଥିଲା । ଏ କ୍ଷେତ୍ରରେ ବି ସେମିତି ହୋଇପାରେ।

ସେହିପରି କରୋନା ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ଆଜି ୬୧୫ କରୋନା ପଜିଟିଭ ଆସିଛି । କରୋନା କେସ୍‌ ବଢିଲେ ନିଶ୍ଚିତ ଉଦ୍‌ବେଗଜନକ। ଭୁବନେଶ୍ୱରରେ ବି ସେମିତି ଲୋକେ ନିୟମ ନମାନି ଭିଡ଼ ଜମାଇଛନ୍ତି । ଯାହାଫଳରେ କରୋନା ସଂକ୍ରମଣ ବଢୁଛି। ପରିବର୍ତ୍ତୀ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଲୋକ ସତର୍କ ରହିଲେ , କରୋନାକୁ ଆମେ ନିୟନ୍ତ୍ରଣରେ ରଖିବାପାରିବା । ସମସ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ମାନନ୍ତୁ।

   Related Posts