କରୋନା କେରଳରେ କମୁଛି, ମହାରାଷ୍ଟ୍ରରେ ବଢୁଛି ; ଆମକୁ ସତର୍କ ରହିବାକୁ ପଡିବ

Published By : Prameya-News7 Bureau | September 16, 2021 IST

ଭୁବନେଶ୍ୱର ୧୬।୦୯: WHO ୧୦ ଦିନ ଆଗରୁ ରିପୋର୍ଟ ଦେଇଛି ଭାରତରେ ମହାମାରୀ ଏଣ୍ଡେମିକ୍ ଆଡକୁ ଯାଉଛି । 'ହୁ’ ର ରିପୋର୍ଟକୁ ଗ୍ରହଣ କରିବାକୁ ହେବ । କିନ୍ତୁ ଆମେ ୧୦୦ ପ୍ରତିଶତ ନିଶ୍ଚୟ ନୁହେଁ । ପ୍ରତି ମଡେଲର ଅପ୍ ଡାଉନ୍ ଅଛି । ଏହି କ୍ଷେତ୍ରରେ ବି ହୋଇପାରେ । ଆମେ ଆଶ୍ବସ୍ତ ହେବା ନାହିଁ । ଲକ୍ଷଣ ଆସିଲେ ଡାକ୍ତରଖାନା ଆସିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କେରଳରେ ବଢି ବଢି ଚାଲିଥିଲା, ଏବେ କମୁଛି । ବର୍ତ୍ତମାନ ମହାରାଷ୍ଟ୍ରରେ ବଢୁଛି, ପରେ କମିବ । ତେଣୁ ସେହି ମଡେଲ ଦେଖିଲେ ଆମେ ଢିଲା ହେବା ନାହିଁ । ଯଦିଓ ଆମେ ଭଲ ସ୍ଥିତିରେ ଅଛୁ । ଆମର ପଜିଟିଭିଟି ରେଟ୍ କମ୍ ଅଛି । ହସପିଟାଲାଇଜେସନ ହାର କମ୍ ଅଛି । ହେଲେ ବିପଦ ନିଶ୍ଚୟ ଅଛି । ଆମ ରାଜ୍ୟରେ କେବେ ବି  ବଢିପାରେ । ତେଣୁ କଟକଣା ଆମ ରାଜ୍ୟରେ ଚାଲୁ ରହିବ । ନିଜ ଦାୟିତ୍ବ ନିଜେ ନିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.