ଭୟ ବଢାଇଲାଣି ଛତିଶଗଡ଼ ସଂକ୍ରମଣ : ନୂଆପଡ଼ାକୁ ସ୍ୱତନ୍ତ୍ର ନଜର, ଡାଟା ଆନାଲାଇଜ ଚାଲିଛି

Published By : Prameya-News7 Bureau | July 14, 2021 IST

ଭୁବନେଶ୍ୱର ୧୪।୦୭: ସୀମାବର୍ତ୍ତୀ ଜିଲ୍ଲା ପାଇଁ ବଢିଲା ଟେନ୍‌ସନ୍‌ । ଖାସ୍‌ କରି ନୂଆପଡ଼ା ଜିଲ୍ଲା ଉପରେ ସ୍ୱତନ୍ତ୍ର ଭାବେ ନଜର ରଖାଯାଇଛି । କାରଣ ପୁଣି ଥରେ ଛତିଶଗଡ଼ରେ ସଂକ୍ରମଣ ବଢିବାରେ ଲାଗିଛି । ପଶ୍ଚିମବଙ୍ଗ ସୀମାରେ ଯଦିଓ କିଛି ଦରକାର ହୋଇନାହିଁ । ମାତ୍ର ଆମେ ତାହା ପାଇଁ ବି ସଜାଗ ରହିଛୁ । କୋହଳ କରିବା ପରେ ବି କିଛି ଟା କଣ୍ଟ୍ରୋଲ ମେଜର ରଖିବାକୁ ହେବ । ସବୁ ତଥ୍ୟକୁ ଆନାଲାଇଜ କରାଯାଇ ସରକାରଙ୍କୁ ଦିଆଯାଉଛି । ସରକାର ଯଥା ସମୟରେ ଠିକ ପଦକ୍ଷେପ ନେବେ ବୋଲି  ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ବହୁ ଜିଲ୍ଲାରେ ସଂକ୍ରମଣ କମିଥିଲେ ବି ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । କଟକ, ଭୁବନେଶ୍ୱର, ବାଲେଶ୍ଵର, ମୟୁରଭଞ୍ଜ ଭଳି ଜିଲ୍ଲାରେ ସଂକ୍ରମଣ ଟିକିଏ ଅଧିକ ରହୁଛି । ତେଣୁ ତାହା ଆମକୁ ପଦକ୍ଷେପ ନେବାକୁ ପଡ଼ିବ । ଵିଶେଷ କରି ଭୁବନେଶ୍ୱର ଓ କଟକର ସଂକ୍ରମଣ କେମିତି କମିବ, ସେଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ସଂକ୍ରମଣ ବଢିବାର ମୁଖ୍ୟ କାରଣ ହେଉଛି ବାହାରେ ଲୋକଙ୍କ ଯାତାୟାତ ଓ କିଛି ସ୍ଥାନରେ ଲୋକଙ୍କ ଭିଡ଼ ଯାହା ହେବା କଥା ନୁହେଁ । ତେଣୁ ଆମକୁ ସଚେତନ ହେବାକୁ ପଡିବ । ନହେଲେ ସଂକ୍ରମଣ ବଢିବାର ଆଶଙ୍କା ରହିଛି ।

ସେହିପରି ମହାମାରୀରେ ଏମିତି ୱେଭ ଆସେ । ଯେହେତୁ ମ୍ୟୁଟେସନ ହେଉଛି ତେଣୁ ଏହା କମିବା ବଦଳରେ ବଢୁଛି ବା ସ୍ଥିର ରହୁଛି । ମାତ୍ର ତୃତୀୟ ଲହର ଆସୁ ନ ଆସୁ । ଏହାପୂର୍ବରୁ ଆମେ ସର୍ଭିଲାନ୍ସ ଓ ଟିକାକରଣ ଜାରି ରହିବ । ରାଜ୍ୟରେ ଟ୍ରିଟମେଣ୍ଟ କାପାସିଟିକୁ ମଧ୍ୟ ବୃଦ୍ଧି କରାଯାଉଛି  ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.