Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ମାଲ୍ୟାଙ୍କ ଋଣ ସୁଝିବାକୁ ବିକ୍ରି ହେବ ୟୁବିଏଚଏଲର ୧୧ ହଜାର କୋଟିର ସମ୍ପତ୍ତି : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

27/10/2020 at 10:41 PM

ନୂଆଦିଲ୍ଲୀ, ୨୭|୧୦:  ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସୁପ୍ରିମ କୋର୍ଟରୁ ଏକ ବଡ ଝଟକା ଲାଗିଛି । ସର୍ବୋଚ୍ଚ ଅଦାଲତ ସୋମବାର ମାଲ୍ୟାଙ୍କ ୟୁନାଇଟେଡ୍ ବ୍ରିଓ୍ୱେରିଜ୍ ହୋଲ୍ଡିଂ ଲିମିଟେଡ୍ ଦ୍ୱାରା କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟରେ କିଙ୍ଗଫିସର ଏୟାରଲାଇନ୍ସ ବକେୟାକୁ ଭରଣ ପାଇଁ କମ୍ପାନୀକୁ ବନ୍ଦ କରିବା ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ ।

କୋର୍ଟରେ ଶୁଣାଣି ବେଳେ ଜଷ୍ଟିସ୍ ୟୁୟୁ ଲଳିତଙ୍କ ଖଣ୍ଡପୀଠ କମ୍ପାନୀକୁ ଆଶ୍ୱସ୍ତି ପ୍ରଦାନ କରିବାକୁ ମନା କରିଦେଇଥିଲେ । ସେହିପରି ବରିଷ୍ଠ ଅଧିବକ୍ତା ମୁକୁଲ ରୋହତଗୀ ଏସବିଆଇ ପକ୍ଷରୁ କହିଥିଲେ ଯେ, ମାଲ୍ୟାଙ୍କଠାରୁ ୩୬୦୦ କୋଟିର ସମ୍ପତ୍ତି ଜବତ ହୋଇଛି । କିନ୍ତୁ ଏବେ ଆହୁରି ୧୧ ହଜାର କୋଟି ଟଙ୍କା ଭରଣା କରାଯିବ ।

ରୋହତଗୀ ଦାବି କରିଛନ୍ତି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କମ୍ପାନୀର ସମ୍ପତ୍ତି ବାବଦରେ ଘୋଷଣା କରିବା ଅନୁଚିତ । କାରଣ ଏବେ ଏସବୁ ବ୍ୟାଙ୍କର ସମ୍ପତ୍ତି । ଏହା ଉପରେ କେବଳ ବ୍ୟାଙ୍କର ହିଁ ଦାବି ରହିଛି ।

ସୂଚନାଯୋଗ୍ୟ, ପେବ୍ରୁଆରୀ ୨୦୧୮ରେ କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୟୁବିଏଚଏଲର ବକେୟା ଅର୍ଥ ହେଉଛି ୭୦୦୦ କୋଟି ।

   Related Posts