ବିଜୟ ମହାପାତ୍ର ଏବଂ ଦାମ ରାଉତଙ୍କ ସୂଚନା ନୂଆ ବର୍ଷରେ ନୂଆ ରାଜନୈତିକ ନେତୃତ୍ବ ବଦଳେଇଦେବ ରାଜ୍ୟ ରାଜନୀତିର ସମୀକରଣ

Published By : Prameya-News7 Bureau | December 31, 2018 IST

ଭୁବନେଶ୍ବର ୩୧|୧୨: ୨୦୧୯  ନିର୍ବାଚନ ବର୍ଷ।  ନିର୍ବାଚନ ଋତୁ ଆସିଗଲାଣି । ସମୟ ବି ହାତରେ କମ୍ । ସାଧାରଣ ନିର୍ବାଚନ ପାଇଁ ୨ ମାସ ଭିତରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାରୁ ଦଳରେ ନଥିବା ବଡ ନେତାଙ୍କ ଏବେ ବଡ ଚିନ୍ତା । ନୂଆବର୍ଷରେ ନୂଆଦଳ ଗଢି ନୂଆ ପ୍ରେରଣା ନେଇ ଏହି ନେତାଏ ଯିବେ ଭୋଟରଙ୍କ ପାଖକୁ । ରାଜ୍ୟ ରାଜନୀତି କଣ କଡ ଲେଉଟାଇବ ତାହା ତ କହିହେବନି , କିନ୍ତୁ ନୂଆ ଦଳ ରାଜ୍ୟ ରାଜନୀତି ସମୀକରଣକୁ ଯେ ଓଲଟ ପାଲଟ କରିନଦେବ ତାହା କହି ହେବନି ।

ନୂଆ ବର୍ଷରେ ରାଜ୍ୟ ରାଜନୀତିରେ କିଛି ପରିବର୍ତ୍ତନର ଆଭାସ ମି|ଳୁଛି । ଅସନ୍ତୁଷ୍ଟ ନେତା ନୂଆ ପ୍ଲାଟଫର୍ମରେ ହେବେ ଏକାଠି । ଯେହେତୁ ଫେବୃଆରୀ ଶେଷସୁଦ୍ଧା ୨୦୧୯ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଆଉ ଏହିନେତା ମାନେ ଅପେକ୍ଷା କରିବାକୁ ବେଳ ନାହିଁ । ବିଜୟ ମହାପାତ୍ର, ଦିଲ୍ଲିପ ରାୟ, ଦାମୋଦର ରାଉତ, ବୈଜୟନ୍ତ ପଣ୍ଡାଙ୍କ ଭଳି କିଛି ନେତା ରାଜ୍ୟର ବଡ ଦଳଙ୍କ ସହ ଖାପ ଖୁଆଇବା ସ୍ଥିତିରେ ନଥିବାରୁ ନୂଆ ଦଳ ସନ୍ଧାନରେ ଅଛନ୍ତି । ଆଉ ଯେହେତୁ ହାତରେ ସମୟ ନାହିଁ, ଏହି ନେତାମାନେ ନୂଆ ଦଳ ଗଢି ହେଉ କି ପୁରୁଣା ଛୋଟ ଦଳକୁ ନୂଆ ରୂପ ଦେଇ ହେଉ ଖୁବଶିଘ୍ର ରାଜନୀତି ମୈଦାନକୁ ଲମ୍ଫ ଦେବେ । ବିଜେଡିରୁ ବିଦା ହୋଇଥିବା ଏହି ନେତାମାନେ ଏବେ ବିକଳ୍ପ ନେତୃତ୍ବ ସନ୍ଧାନରେ ଅଛନ୍ତି । ଏହି ନେତାମାନଙ୍କ ମତ, ରାଜନୈତିକ ଦଳଙ୍କ ଠାରୁ ଚାଷୀ ଓ ଯୁବ ବର୍ଗଙ୍କ ସମସ୍ୟା ପ୍ରସଙ୍ଗ ରାଜନୈତିକ ଦଳଙ୍କ ଠାରୁ ଅଧିକ ପ୍ରଭାବିତ କରିବ । ତେଣୁ ନୂଆ ଦଳ ଓ ନୂଆ ଚେହେରା ଲୋକମତ ବଦଳାଇବାରେ ସମୟ ନେବନି ।   ବିଜୟ ମହାପାତ୍ର ବରିଷ୍ଠ ନେତା କହିଛନ୍ତି ଜାନୁଆରୀ ଶେଷ ସୁଦ୍ଧା ଲୋକେ ବିକଳ୍ପ ନେତୃତ୍ବ ପାଇବେ । ଜାନୁଆରୀ ଶେଷ ସୁଦ୍ଧା ସମସ୍ତ ବିଷୟ ସ୍ପଷ୍ଟ ହୋଇଯିବ ।

{"id":69226}

ଗତ ଦୁଇଦଶନ୍ଧି ଭିତରେ ଓଡିଶା ରାଜନୀତିରେ କୌଣସି ନୂଆ ଦଳ ଦାନା ଧରିନି । ବିଜୟ ମହାପାତ୍ରଙ୍କର ଓଡିଶା ଗଣ ପରିଷଦ ହେଉ କି ବ୍ରଜ ତ୍ରିପାଠୀ ଓ ଜର୍ଜ ତୀର୍କିଙ୍କ ସମତାକ୍ରାନ୍ତି ଦଳ କି ପ୍ୟାରୀଙ୍କ ଜନମୋର୍ଚ୍ଚା ସମୟ ଚକ୍ରରେ ଏମାନେ ନିଷ୍ପ୍ରଭ ହୋଇଯାଇଛନ୍ତି । ଖାରବେଳ ସାଇଁଙ୍କ ଉତ୍କଳ ଭାରତ ଏବଂ ଯତୀଶ ମହାନ୍ତିଙ୍କ ସମୃଦ୍ଧ ଓଡିଶା ଦଳ ଓାନ ମ୍ୟାନ ଆର୍ମି ରେ ପରିଣତ ହୋଇଛି । ସୌମ୍ୟ ପଟନାୟକଙ୍କ ଆମ ଓଡିଶା ଦଳ ବିଜେଡିରେ ବିଲିନ ହୋଇଗଲା । ତେଣୁ ଏବେ ନୂଆଦଳ ନୂଆ ଓ ପୁରୁଣା ଭୋଟରଙ୍କ ମନକୁ କିଣି ପାରିବ ନା ନାହିଁ ତାହା ପ୍ରଶ୍ନବାଚୀ ହୋଇ ରହିଛି । କିଛି ନେତାଙ୍କ ମତ, ଲୋକ ଚାହୁଁଛନ୍ତି ପରିବର୍ତ୍ତନ । ତେଣୁ ଓଡିଶା ରାଜନୀତିରେ ନୂଆବର୍ଷ ୨୦୧୯ ନୂଆ ଆଶା ନେଇ ଆସିବ ବୋଲି ବହୁ ବଡ ନେତାଙ୍କ ବିଶ୍ବାସ । ଡାକ୍ତର ଦାମୋଦର ରାଉତଙ୍କ ଉକ୍ତି କିନ୍ତୁ ଭିନ୍ନ । ସେ ନୂଆ ବର୍ଷରେ ନୂଆ ସମ୍ବବନା ଆଡକୁ ଇଂଗୀତ କରିଛନ୍ତି ।

{"id":69227}

ନୂଆବର୍ଷର ନୂଆ ସକାଳ ତ ଓଡିଶା ରାଜନୀତିରେ ପଟ ପରିବର୍ତ୍ତନ କରିବ ବୋଲି ଅନେକ ଆଶାବାନ୍ଧି ବସିଛନ୍ତି। ବିଜେଡି, ବିଜେପି ଓ କଂଗ୍ରେସ ଭଳି ଦଳ ଯେଭଳି ପ୍ରତିଦ୍ବନ୍ଦିତାରେ ମାତିଛନ୍ତି ତାହା ଯେ ଦୃଶ୍ୟପଟ ପରିବର୍ତନ କରିନଦେବ କୁହାଯାଇପାରିବନି। କିନ୍ତୁ ନୂଆ ଦଳ ନୂଆ ନେତୃତ୍ବ ନିଶ୍ଚୟ ରାଜନୈତିକ ହଟଚମଟ କରେ ଓ କରିବ ଏଭଳି କିଛି ସ୍ପଷ୍ଟତା ବୋଧହୁଏ ଖୁବଶିଘ୍ର ଆସିବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.