ପୋଲିସ ଡିଜି ଭାବେ ଦାୟିତ୍ବ ନେଲେ ବିଜୟ କୁମାର ଶର୍ମା

Published By : Prameya-News7 Bureau | August 08, 2019 IST

କଟକ ୮|୮: ପୋଲିସ ଡିଜି ଇନଚାର୍ଜ ଭାବେ ଦାୟିତ୍ବ ଗ୍ରହଣ କଲେ ବିଜୟ କୁମାର ଶର୍ମା । କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ବ ହସ୍ତାନ୍ତର କରିଛନ୍ତି ପୂର୍ବତନ ପୋଲିସ ଡିଜି ଆର.ପି. ଶର୍ମା । ୧୯୮୬ ବ୍ୟାଚର ଜଣେ ବରିଷ୍ଠ ଆଇପିଏସ ଅଫିସର ହେଉଛନ୍ତି ବିଜୟ କୁମାର ଶର୍ମା । ଆର.ପି. ଶର୍ମା ଦାୟିତ୍ବ ଛାଡିବା ପରେ ତାଙ୍କୁ ଏହି ଦାୟିତ୍ବ ମିଳିଛି । ଅଗ୍ନିଶମ ବିଭାଗର ଡିଜି ରହିଛନ୍ତି ବି.କେ. ଶର୍ମା ।

{"id":142115}

ବିଜୟ କୁମାର ଶର୍ମା ହେଲେ ପୋଲିସ ଡିଜି ଇନ୍ ଚାର୍ଜ । ବର୍ତ୍ତମାନର ପୋଲିସ ଡିଜି ଆର.ପି. ଶର୍ମା ଦାୟିତ୍ବ ଛାଡିବା ପରେ ତାଙ୍କୁ ଏହି ଦାୟିତ୍ବ ମିଳିଛି । ବର୍ତ୍ତମାନ ବିଜୟ କୁମାର ଶର୍ମା ଅଗ୍ନିଶମ ବିଭାଗର ଡିଜି ଅଛନ୍ତି । ବିଜୟ କୁମାର ଶର୍ମା ୧୯୮୬ ବ୍ୟାଚର ଜଣେ ବରିଷ୍ଠ ଆଇପିଏସ ଅଫିସର । ୩୩ ବର୍ଷର କାର୍ଯ୍ୟକାଳ ଭିତରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦବୀରେ ରହିଛନ୍ତି ବି.କେ. ଶର୍ମା ।

{"id":142116}

ସୁନ୍ଦରଗଡ, ଫୁଲବାଣୀ, ସମ୍ବଲପୁର ସହ ୨ ଥର ଖୋର୍ଦ୍ଧା ଏସ.ପି. ଦାୟିତ୍ବ ମଧ୍ୟ ତୁଲାଇଛନ୍ତି ସେ । ୧୯୯୯ ରୁ ୨୦୦୬ ପର୍ଯ୍ୟନ୍ତ ସେ ଡେପୁଟେସନରେ କେନ୍ଦ୍ରକୁ ଯାଇଥିଲେ । ଏହି ସମୟରେ ସିବିଆଇର ସମସ୍ତ ୩ଟି ବିଭାଗ- ଅର୍ଥନୈତିର ଅପରାଧ ଶାଖା, ସ୍ପେଶାଲ କ୍ରାଇମ୍ ଏବଂ ଆଣ୍ଟି କରପସନ ବିଭାଗରେ ନିଜର ଦକ୍ଷତା ଦେଖାଇଛନ୍ତି । ଓଡ଼ିଶା କ୍ୟାଡରକୁ ଫେରିବା ପୂର୍ବରୁ ସିବିଆଇର ଉପ ନିର୍ଦ୍ଦେଶକ, ପ୍ରଶାସନିକ ଭାବେ କାର୍ଯ୍ୟ ତୁଲାଇଥିଲେ । ଏହା ସହ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ଭୁବନେଶ୍ବର-କଟକ ପୋଲିସ କମିଶନର ଦାୟିତ୍ବରେ ଥିଲେ ବି.କେ. ଶର୍ମା ।

{"id":141973}

ବାତ୍ୟା ଫୋନି ପରେ ରାଜ୍ୟର ପୁନର୍ଗଠନ କାର୍ଯ୍ୟରେ ତାଙ୍କୁ ଉଚ୍ଚ ପ୍ରଶଂସା ମିଳିଥିଲା । ମୟୂରଭଞ୍ଜର ବାରିପଦାରେ ଜନ୍ମଗ୍ରହଣ କରିଥିବା ବି.କେ. ଶର୍ମା । ଏହାସହ ବାରିପଦାରେ ନିଜର ସ୍କୁଲ, କଲେଜ ସାରିବା ପରେ ଆମେରିକା ସ୍ଥିତ ଜନ ହୋପକିନ୍ସ ୟୁନିଭରସିଟିରେ ଡ୍ରଗ୍ ଏନଫୋର୍ସମେଣ୍ଟରେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ । ୧୯୯୯ରେ ସେ ପ୍ରଥମ ଅଧିକାରୀ ଭାବରେ ରାଜ୍ୟପାଳ ପୋଲିସ ମେଡାଲ ପାଇଛନ୍ତି । ଏହା ସହ ଭାରତୀୟ ପୋଲିସ ମେଡାଲ ଓ ରାଷ୍ଟ୍ରପତି ପୋଲିସ ମେଡାଲ ପାଇଛନ୍ତି ବି.କେ. ଶର୍ମା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.