ନୂଆ ପୋଲିସ ଡିଜି ଦାୟିତ୍ୱରେ ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା

Published By : Prameya-News7 Bureau | April 08, 2019 IST

ଭୁବନେଶ୍ୱର ୮/୪ : ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା ପୋଲିସ ଡିଜି ଦାୟିତ୍ଵରେ ରହିବେ । ନିର୍ବାଚନ କମିଶନଙ୍କ ଅନୁମତି କ୍ରମେ ତାଙ୍କୁ ଏହି ଦାଇତ୍ୱ ଦିଆଯାଇଛି । ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀଙ୍କ ବିୟୋଗ ପରେ ସେ ଛୁଟିରେ ଯିବାରୁ ତାଙ୍କ ସ୍ଥାନରେ ଅଗ୍ନିଶମ ଡିଜିଙ୍କୁ ଡିଜିପି ଦାଇତ୍ୱ ଦିଆଯାଇଛି ।

{"id":101359}

ରାଜ୍ୟ ସରକାର ଡିଜିଙ୍କ ଅନୁପସ୍ଥିତିରେ ତାଙ୍କ ସ୍ଥାନରେ ନୂଆ ଡିଜିଙ୍କୁ ଦାଇତ୍ୱ ଦେବାକୁ ନିର୍ବାଚନ କମିଶନଙ୍କ ଅନୁମତି ମାଗିଥିଲେ । ଏଥିପାଇଁ ନିର୍ବାଚନ କମିଶନଙ୍କୁ ସରକାର ତିନି ଜଣ ଡିଜି ପାହ୍ୟା ଅଫିସରଙ୍କ ନାଁ ସୁପାରିଶ କରିଥିଲେ । ସେ ମଧ୍ୟରୁ ନିର୍ବାଚନ କମିଶନ ବିଜୟ ଶର୍ମାଙ୍କୁ ଦାଇତ୍ୱ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.