ନକ୍ସଲଙ୍କ ଦାବି-'ଆମ କବଜାରେ ଅଛନ୍ତି ହମଲା ପରେ ନିଖୋଜ ଥିବା କୋବ୍ରା ଯବାନ'

Published By : Prameya-News7 Bureau | April 05, 2021 IST

ରାୟପୁର ୦୫/୦୪ : ଛତିଶଗଡ଼ ବିଜାପୁରରେ ନକ୍ସଲ ହମଲା ସମୟରେ ନିଖୋଜ ଥିବା ଯବାନ ମାଓବାଦୀଙ୍କ କବଜାରେ ଅଛନ୍ତି। ନକ୍ସଲ ନିଜେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ନକ୍ସଲ କହିଛନ୍ତି ଯେ କବଜାରେ ରଖିଥିବା ଯବାନଙ୍କର କୌଣସି କ୍ଷତି କରିନାହାନ୍ତି। କବଜାରେ ଥିବା ଯବାନ ହେଲେ ରାକେଶ୍ୱର ସିଂହ। ସୂଚନା ଅନୁଯାୟୀ, ନିଖୋଜ ଯବାନ ନକ୍ସଲ ବିରୋଧୀ ଅପରେସନ କୋବ୍ରା ବାଟାଲିୟନର। ନକ୍ସଲ ହମଲାରେ ମୋଟ ୨୪ ଯବାନ ଶହୀଦ ହୋଇଛନ୍ତି ଓ ୩୨ ଆହତ ହୋଇଛନ୍ତି। ହମଲାରେ ପରେ ଦେଶର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ଼ ଗସ୍ତରେ ଯାଇଛନ୍ତି। ଏହିଭଳି ସ୍ଥିତିରେ ନକ୍ସଲ ନିଖୋଜ ଯବାନଙ୍କୁ କବଜା କରି ରଖିଥିବା ସୂଚନା ଦେଇଛନ୍ତି।

ଛତିଶଗଡ଼ ସୁକମା ଓ ବିଜାପୁର ସୀମାରେ ଶନିବାର ଦିନ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ନକ୍ସଲ କମାଣ୍ଡର ହିଡମାକୁ ଖୋଜିବାକୁ ଯାଇଥିବା ସୁରକ୍ଷାବଳ ଯବାନଙ୍କ ଉପରେ ନକ୍ସଲ ଅଚାନକ ହମଲା କରିଥିଲେ। ହମଲାରେ ୨୪ ଯବାନ ଶହୀଦ ହୋଇଛନ୍ତି। ଜଣେ ଯବାନ ଏବେ ବି ନିଖୋଜ ଅଛନ୍ତି। ପୋଲିସ ଅନୁଯାୟୀ, ଏନକାଉଣ୍ଟରରେ ଅନେକ ନକ୍ସଲ ମଧ୍ୟ ପ୍ରାଣ ହରାଇଛନ୍ତି।

{"id":433544,"sizeSlug":"large","linkDestination":"none"}

ନକ୍ସଲ ହମଲାରେ ଶହୀଦ ହୋଇଥିବା ଯବାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦି, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ସିଂହ ବାଘେଲଙ୍କ ସମେତ ଦେଶର ଅନେକ ନେତା ଶୋକ ପ୍ରକାଶ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ସୋମବାର ସକାଳୁ ଜବଲପୁରରେ ପହଞ୍ଚିଥିଲେ। ଏହାପରେ ନକ୍ସଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ନିଖୋଜ ଯବାନ ସେମାନଙ୍କ କବଜାରେ ଅଛନ୍ତି।

ଏହା ପୂର୍ବରୁ ଗତ ମାସରେ ନକ୍ସଲ ସୁରକ୍ଷାବଳ ଉପରେ ବଡ ଧାରଣା ହମଲା କରିଥିଲେ। ନାରାୟଣପୁରରେ ନକ୍ସଲ ସୁରକ୍ଷାବଳଙ୍କ ବସକୁ ବୋମା ଲଗାଇ ଉଡାଇ ଦେଇଥିଲେ। ଏହାପରେ ବିଜାପୁରରେ ସୁରକ୍ଷାବଳ ନକ୍ସଲଙ୍କ ଦ୍ୱାରା ବିଛାଯାଇଥିବା ଅମ୍ବୁସରେ ଫସି ଯାଇଥିଲେ। ଫଳରେ ୨୪ ଯବାନ ଶହୀଦ ହୋଇଥିଲେ। ଏଥର ବିଜାପୁର ହମଲାରେ ୫ ଯବାନ ଶହୀଦ ହୋଇଥିବା ଖବର ଆସିଥିଲା। କିନ୍ତୁ ଘଟଣାର ୨୪ ପରେ ୨୪ ଯବାନ ଶହୀଦ ହୋଇଥିବା ସୂଚନା ମିଳିଥିଲା। ଏହି ହମଲାର ମୁହଁତୋଡ ଜବାବ ଦିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି। ଏଥିପାଇଁ ବ୍ୟାପକ ରଣନୀତି ପ୍ରସ୍ତୁତ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.