Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||

ବିଜାପୁର ଏନକାଉଣ୍ଟର: ଶହୀଦ ଯବାନଙ୍କ ସଂଖ୍ୟା ୨୨କୁ ବୃଦ୍ଧି, ଏବେ ୧୧ ନିଖୋଜ

4/04/2021 at 1:06 PM

ବିଜାପୁର ୦୪/୦୪ : ଛତିଶଗଡ଼ ସୁକମା ଓ ବିଜାପୁର ସୀମା ସ୍ଥିତ ଟେକଲଗୁଡା ଗାଁ ନିକଟରେ ନକ୍ସଲଙ୍କ ସହ ଗୁଳି ବିନିମୟରେ ୨୨ ଯବାନ ଶହୀଦ ହୋଇଛନ୍ତି। ଶହୀଦ ଯବାନଙ୍କ ଶବ ଏବେ ବି ସେଠାରେ ବିଭିନ୍ନ ସ୍ଥାନରେ ପଡ଼ିରହିଛି। ଏବେ ବି ୧୧ ଜଣ ଯବାନ ନିଖୋଜ ଅଛନ୍ତି। ପ୍ରଥମେ ୫ ଯବାନ ଶହୀଦ ହୋଇଥିବା ଖବର ଆସିଥିଲା। କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ବଢି ୨୨ ହୋଇଛି। ତେବେ ଶହୀଦ ଯବାନଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି।

ମାମଲାରେ ୩୨ ଯବାନ ଆହତ ହୋଇଛନ୍ତି। ବିଜାପୁର ହସ୍ପିଟାଲରେ ୨୫ ଯବାନଙ୍କ ଚିକିତ୍ସା ଚାଲିଛି। ଛତିଶଗଡ଼ ପୋଲିସ ଗୁଳି ବିନିମୟରେ ୧୯ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଘଟଣାସ୍ଥଳରୁ ଜଣେ ମହିଳା ନକ୍ସଲଙ୍କ ଶବ ମଧ୍ୟ ଉଦ୍ଧାର ହୋଇଛି।

ବିଜାପୁରରେ ନିଖୋଜ ଯବାନଙ୍କ ତଲାସୀ ଅଭିଯାନ ଜୋରସୋରରେ ଚାଲିଛି। ୬୦୦ ଯବାନଙ୍କ ବାଟାଲିୟନ ଏକ ନମ୍ବର ସ୍ଥାନକୁ ଯାଇଛି। ଏହି ଅଞ୍ଚଳ ରକ୍ତମୁଖ ନକ୍ସଲଙ୍କ ହିଡମା ଗଡ। ସେଥିପାଇଁ ପୁଣି ଏନକାଉଣ୍ଟର ହୋଇପାରେ ବୋଲି ଆଶଙ୍କା କରାଯାଉଛି। ମାମଲାରେ କେନ୍ଦ୍ର ସରକାର ନଜର ରଖିଛନ୍ତି। ଶୁକ୍ରବାର ରାତିରେ ବିଜାପୁର ଓ ସୁକମା ଜିଲ୍ଲାର କେନ୍ଦ୍ର ରିଜର୍ଭ ପୋଲିସ ବଳର କୋବ୍ରା ବାଟାଲିୟନ, ଡିଆରଜି ଓ ଏସଟିଏଫ ଦଳଙ୍କୁ ନକ୍ସଲ ବିରୋଧୀ ଅଭିଯାନ ପାଇଁ ପଠାଯାଇଥିଲା। ନକ୍ସଲ ବିରୋଧୀ ଅଭିଯାନରେ ବିଜାପୁର ଜିଲ୍ଲାର ଉସୁର, ସୁକମା, ମୀନପା, ତରେମ, ନରସାପୁରମର ପାଖାପାଖି ୨ ହଜାର ଯବାନ ସାମିଲ ଥିଲେ।

ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସହ କଥାବାର୍ତ୍ତା କରି ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ଓ ସିଆରପିଏଫ ମହାନିର୍ଦେଶକଙ୍କୁ ତତ୍କାଳ ଛତିଶଗଡ଼ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୃହମନ୍ତ୍ରୀ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ବ୍ୟକ୍ତି କରି କହିଛନ୍ତି ଯେ ଯବାନଙ୍କ ଏହି ବଳିଦାନକୁ ଦେଶ କେବେ ଭୁଲିବନି।

ପୋଲିସ ଅଧିକାରୀ କହିଛନ୍ତି, ଶନିବାର ୧୨ଟା ବେଳେ ବିଜାପୁର ସୁକମା ଜିଲ୍ଲା ସୀମା ଟେକଲଗୁଡା ଗାଁ ନିକଟରେ ନକ୍ସଲ ଓ ପିଏଲଜିଏ ବାଟାଲିୟନ ଓ ତରେମ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟ ୩ ଘଣ୍ଟାରୁ ଅଧିକ ସମୟ ଯାଏଁ ଚାଲିଥିଲା।

ଶହୀଦ ଯବାନଙ୍କ ଶହୀଦ ହେବା ମାମଲାରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ବ୍ୟକ୍ତ କରିଛନ୍ତି। ମୋଦି କହିଛନ୍ତି, ଯବାନଙ୍କ ବଳିଦାନକୁ ଦେଶ କେବେ ଭୁଲିବନି। ଏହାସହ ସେ ଶହୀଦ ଯବାନଙ୍କ ପରିବାରଲୋକଙ୍କୁ ସମବେଦନା ଜଣାଇଛନ୍ତି।

   Related Posts