Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ବିଷାକ୍ତ ମଦ ମୃତ୍ୟୁ ମାମଲାରେ ଆସିଲା ବଡ ରାୟ: ୯ ଦୋଷୀଙ୍କୁ ଫାଶୀ, ୪ ମହିଳାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

5/03/2021 at 5:46 PM

ଗୋପାଳଗଞ୍ଜ ୦୫।୦୩: ସାଢେ ଚାରି ବର୍ଷ ପରେ ବହୁ ଚର୍ଚ୍ଚିତ ବିହାର ବିଷାକ୍ତ ମଦ ମୃତ୍ୟୁ ମାମଲାରେ ରାୟ ପ୍ରକାଶ ପାଇଛି। ଗୋପାଳଗଞ୍ଜର ଅଦାଲତ ଖଜୁରିବାନି ବିଷାକ୍ତ ମଦ ମୃତ୍ୟୁ ମାମଲାରେ ୯ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ବାକି ୪ ମହିଳା ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି।

ଗୋପାଳଗଞ୍ଜରେ ଏଡିଜେ ୨ର କୋର୍ଡ ଦୋଷୀଙ୍କୁ ଶୁକ୍ରବାର ଏହି ଦଣ୍ଡ ଶୁଣାଇଛନ୍ତି। କୋର୍ଟ ନିଜ ନିଷ୍ପତ୍ତିରେ ମୋଟ୍ ୧୩ ଜଣଙ୍କ ମଧ୍ୟରୁ ୯ ଜଣଙ୍କୁ ଫାଶୀ ଦଣ୍ଡ ଦେଇଥିବା ବେଳେ ୪ ମହିଲାଙ୍କୁ ଆଜୀବନ କାରାଦଣ୍ଡ ଦେଇଛନ୍ତି। ଅନ୍ୟପଟେ ଫାଶୀ ଦଣ୍ଡ ମିଳିବା ମାତ୍ରେ କୋର୍ଟ ପରିସର ଦୋଷୀଙ୍କ ପରିଜନଙ୍କ କାନ୍ଦ ବୋବାଳିରେ ଫାଟି ପଡିଛି।

ସୂଚନାଯୋଗ୍ୟ, ୨୦୧୬ ଅଗଷ୍ଟ ୧୬ରେ ଗୋପାଳଗଞ୍ଜ ଥାନାର ଖଜୁରିବାନୀରେ ବିଷାକ୍ତ ମଦ ପିଇ ମୋଟ୍ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଦୃଷ୍ଟି ଶକ୍ତି ହରାଇଥିଲେ। ଏହି ମଦ ମୃତ୍ୟୁ ଘଟଣା ବିହାର ସହିତ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ଘଟଣାରେ ନଗର ଥାନା ପୋଲିସ ଜରୁରିବାନୀ ଗାଁର ମୁଖ୍ୟ ଅଭିଯୁକ୍ତ ନଗିନା ପାସି, ରୂପେଶ ଶୁକ୍ଳା ସହିତ ମୋଟ୍ ୧୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା। ହେଲେ ଏହି ମାମଲାରେ ଶୁଣାଣି ବେଳେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିଲା। ବାକି ୧୩ ଜଣଙ୍କୁ ଗୋପାଳଗଞ୍ଜ ଏଡିଜେ ଦୋଷୀ ସାବ୍ୟସ୍ତ କରି କଠୋର ଦଣ୍ଡାଦେଶ ଶୁଣାଇଛନ୍ତି।

କୋର୍ଟଙ୍କ ଏହି ରାୟ ପରେ ପୀଡିତ ପରିବାରଙ୍କ ମନରେ ନ୍ୟାୟ ପାଇବାର ଆଶା ଜାଗି ଉଠିଛି। ଏହି କାଣ୍ଡରେ କିଏ ସ୍ଵାମୀ ହରାଇଥିଲା ତ କିଏ ପୁଅ, କିଏ ବାପା ଏବଂ କିଏ ଭାଇ ହରାଇଥିଲା।

   Related Posts