Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଟିକା କେନ୍ଦ୍ରରେ ଚରମ ଅବହେଳା: ମହିଳାଙ୍କୁ ପ୍ରଥମେ ଦିଆଗଲା କୋଭିସିଲ୍ଡ, ୫ ମିନିଟ ପରେ ଦିଆଗଲା କୋଭାକ୍ସିନ

19/06/2021 at 2:59 PM

ପାଟନା ୧୯/୬ : ବିହାରରେ ଅବହେଳାର ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ମହିଳାଙ୍କୁ ଉଭୟ COVID-19 ଟିକା COVISHIELD ଏବଂ COVAXIN ଟିକାର ପ୍ରଥମ ଡୋଜ୍ ୫ ମିନିଟ୍ ବ୍ୟବଧାନରେ ଦିଆଯାଇଛି । ଘଟଣା ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗରେ ଉତ୍ତେଜନା ଦେଖାଦେଇଥିଲା । କିନ୍ତୁ ଦୁଇଟି ଭିନ୍ନ ଟିକା ନେବା ସତ୍ତ୍ୱେ ବର୍ତ୍ତମାନ ପର୍ଯ୍ୟନ୍ତ ମହିଳା ସୁସ୍ଥ ଅଛନ୍ତି ।

ତାଙ୍କ ଉପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବି ଦେଖିବାକୁ ମିଳିନାହିଁ । ଏହି ଘଟଣା ଗ୍ରାମୀଣ ପାଟଣାର ପୁଣପୁନ୍ ବ୍ଲକରୁ ଆସିଛି ଯେଉଁଠାରେ ଜୁନ୍ ୧୬ରେ ସୁନୀଲା ଦେବୀ ନାମକ ଜଣେ ମହିଳାଙ୍କୁ ୫ ମିନିଟ୍ ବ୍ୟବଧାନରେ ଦୁଇଟି ଭିନ୍ନ ଟିକା ଦିଆଯାଇଛି । କୋଭିଡ -19 ପାଇଁ ଟିକା ପାଇବା ପାଇଁ ୬୩ ବର୍ଷିୟା ସୁନୀଲା ଦେବୀ ପୁଣପୁର ବ୍ଲକର ବେଲଡାରିଚକ ମିଡିଲ ସ୍କୁଲରେ ଯାଇଥିଲେ ।

ଯେଉଁଠାରେ ନର୍ସ ଚଞ୍ଚଲା କୁମାରୀ ଏବଂ ସୁନୀତା କୁମାରଙ୍କ ଅସାବଧାନତା ପାଇଁ ମହିଳାଙ୍କୁ ଦୁଇ ଦୁଇ ଥର ଟିକା ଦିଆଯାଇଥିଲା । କୁହାଯାଉଛି ଯେ ଟିକାକରଣ କେନ୍ଦ୍ରର ଗୋଟିଏ କୋଠରୀରେ ଉଭୟ COVISHILED ଏବଂ COVAXINର ଟିକା ଦିଆଯାଉଥିଲା । ଲାଇନରେ ଛିଡା ହୋଇଥିବା ସୁନିଲା ଦେବୀ ପ୍ରଥମେ ତାଙ୍କର ରେଜିଷ୍ଟେସନ କରିଥିଲେ ।

ପରେ ତାଙ୍କୁ କୋଭିସିଲ୍ଡ ଟିକା ଦିଆଯାଇଥିଲା । ହେଲେ ନର୍ସମାନେ କହିଥିଲେ ଟିକେ ବସିଥାନ୍ତିୁ । ଠିକେ ଏତିକିବେଳେ ଆଉ ଜଣେ ନର୍ସ ଆସି ତାଙ୍କୁ କୋଭାକ୍ସିନ ଟିକା ଦେଇଦେଇଥିଲେ । ସୁନୀଲା ଦେବୀ କହିଛନ୍ତି, “ଯେତେବେଳେ ମୁଁ ପ୍ରଥମ ଟିକା ଦେବା ପରେ ବସିଥିଲି, ଦ୍ୱିତୀୟ ଥର ନର୍ସ ପୁନର୍ବାର ଟିକା ଦେବା ଆରମ୍ଭ କରିଥିଲେ । ମୁଁ ମନା କରି କହିଲି ଯେ ମୁଁ ଟିକା ନେଇସାରିଛି ।

ତା’ପରେ ସେ କହିଛନ୍ତି ଯେ ଅନ୍ୟ ହାତରେ ମଧ୍ୟ ଟିକା ପ୍ରୟୋଗ କରାଯିବ । ଏହା କହି କହି ସେ ଟିକା ଦେଇଥିଲେ । ତେବେ ସ୍ୱାସ୍ଥ୍ୟ ବିଭାଗର ଏହା ଏକ ଚରମ ଅବହେଳା ବୋଲି କୁହାଯାଉଛି । ସେପଟେ ଟିକାକରଣ କେନ୍ଦ୍ରରେ ନର୍ସଙ୍କ ଏପରି ଅବହେଳା ନେଇ ୨ ନର୍ସଙ୍କୁ ରିପୋର୍ଟ ତଲବ କରାଯାଇଛି । ଏହାସହ ସ୍ୱାସ୍ଥ୍ୟବିଭାଗ ତରଫରୁ ମହିଳାଙ୍କ ଉପରେ ନଜର ରଖାଯାଇଛି ।

   Related Posts